ଅର୍ଦ୍ଧ ଦଗ୍ଧ ପିଙ୍କିଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ

add-all

ଦାରିଙ୍ଗବାଡି(୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ଗ୍ରାମର ମୃତୁଞ୍ଜୟ ମଲିକଙ୍କ ଦଶମ ସାରାଂଶ-୧ ଲେଖିଥିବା ଝିଅ ପିଙ୍କି ମଲିକ କୌଣସି କାରଣ ବଶତଃ ଗତ ଜାନୁୟାରୀ ୨୩ ରଖରେ ପୋଡି ଗଲା। ଅର୍ଥର ଅଭାବ ହେତୁ ପ୍ରାୟ ୧୦ ଦିନ କଟକ ଡାକ୍ତର ଖାନାରେ ଚିକିତ୍ସା କରି, ଭଗବାନଙ୍କୁ ଭରଷା କରି ପରିବାର ସଦସ୍ୟ ଅର୍ଦ୍ଧ ଦଗ୍ଧ ପିଙ୍କିକୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇ ଥିଲେ। ଅର୍ଥର ଅଭାବ ପାଇଁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶେଯରେ ପଡିରହି ମରଣ ସହିତ ଲଢେଇ କରୁଥିଲା। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲା। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି ଖବର ଜାଣିପାରି ପିଙ୍କିର ଆରୋଗ୍ୟ ପାଇଁ ସବୁ ପ୍ରକାର ସହାୟତାର ହାତ ବଢ଼େଇଛନ୍ତି। ଯାହାରି ଫଳରେ ସାଂସଦଙ୍କ ପ୍ରତିନିଧି ଦଳ ଗତ ୨୭ ରିଖ ଦିନ ଗଡମା ଗାଁରେ ପହଞ୍ଚି ପିଙ୍କିର ଚିକିତ୍ସା ସୁବିଧା କରିବାକୁ ଯାଇ କଟକ ଡାକ୍ତର ଖାନାରେ ପହଁଞ୍ଚାଈ ଥିବା ଜଣାପଡ଼ିଛି।
କଟକ ଡାକ୍ତରଖାନାରେ ପିଙ୍କିର ମା ଦେଖା ଚାହଁ ପାଇଁ ପାଖରେ ରହିଛନ୍ତି। ପିଙ୍କିର ଆରୋଗ୍ୟ କାମନା କରି ବିଭିନ୍ନ ଗ୍ରାମରେ ପ୍ରାର୍ଥନା କରାଯାଉ ଥିବା ପ୍ରକାଶ ପାଇଛି। ପିଙ୍କି ଆରୋଗ୍ୟ ହୋଇ ନିଜ ଗାଁକୁ ଫେରିବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି। ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଏହିସହଯୋଗ ପାଇଁ ପଞ୍ଚାୟତ ସହ ବ୍ରାହ୍ମଣୀଗାଁଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.