ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି

add-all

ନୂଆଦିଲ୍ଲୀ: ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ। କିନ୍ତୁ ପଶ୍ଚିମ ଦେଶର ରାଜନେତାଙ୍କ କୂଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ମଞ୍ଜି ପୋତୁଛି । ୟୁକ୍ରେନ୍‌ ଉପରେ ଲହୁଲୁହାଣ ଆକ୍ରମଣର ସପ୍ତାହେ ପରେ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭ୍‌ରଭ ଏହା କହିଛନ୍ତି। ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ।
ଆଉ ତୃତୀୟ ବିଶ୍ୱଯୁଦ୍ଧରେ ଆଣବିକ ଅସ୍ତ୍ର ସାମିଲ ହେବ ବୋଲି ସେ କହିଛନ୍ତି। ବିଦେଶ ଗଣମାଧ୍ୟମକୁ ଏକ ଅନଲାଇନ୍‌ରେ ସାକ୍ଷାତକାର ଦେଇ ଏହା କହିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ। ସେ କହିଛନ୍ତି ଯେ, ରୁଷ ପାଇଁ ନୁହଁ ବରଂ ପଶ୍ଚିମ ଦେଶର ହୀନ ରାଜନୀତି ପାଇଁ ପରମାଣୁ ଯୁଦ୍ଧର କାରଣ ହୋଇପାରେ।
ତଥାପି ଆମକୁ ନିୟନ୍ତ୍ରଣ ପଥରୁ ହଲେଇବା ପାଇଁ ଆମେ କୌଣସି ପ୍ରକାର ପ୍ରରୋଚନାକୁ ପ୍ରଶ୍ରୟ ଦେବୁ ନାହିଁ ବୋଲି ସେ କହିଛନ୍ତି। ଗତ ରବିବାର ରୁଷ ରାଷ୍ଟ୍ରପତି ପରମାଣୁ ଆକ୍ରମଣ ନେଇ ଧମକ ଦେଇଥିଲେ। ଏଥିପାଇଁ ରୁଷର ପରମାଣୁ ବାହିନୀକୁ ଆଲର୍ଟ କରିଥିଲେ। ପଶ୍ଚିମ ଦେଶମାନେ ରୁଷ ପ୍ରତି କରୁଥିବା ଷଡ଼ଯନ୍ତ୍ରର ଗନ୍ଧ ବାରି ପରମାଣୁ ପ୍ରତିରୋଧ ବଳକୁ ସତର୍କ କରିଥିଲେ ପୁଟିନ। ରୁଷ ପାଖରେ ଏବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆଣବିକ ଅସ୍ତ୍ର ଥିବା ବେଳେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମାନ ରହିଛି। ଏହାକୁ ପରିଚାଳନା ପାଇଁ ରୁଷ ପାଖରେ ସୁଦକ୍ଷ ବଳ ମଧ୍ୟ ରହିଛି।

ad-week
Leave A Reply

Your email address will not be published.