ବାହାରେ ଯୁଦ୍ଧ ଚାଲିଥିବା ବେଳେ ରୁଷ କ୍ୟାପସୁଲରେ କୈଦ ଆମେରିକାର ଦୁଇ ବୈଜ୍ଞାନିକ!

add-all

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ରୁଷ ।
ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ କହିଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ଆମେରିକୀୟ ସ୍ପେସ ଇଞ୍ଜିନିୟର ମାସ୍କୋରେ ଏକ କ୍ୟାପସୁଲ ମଧ୍ୟରେ ବନ୍ଦ ଅଛନ୍ତି। କୁହାଯାଉଛି କି ବାହାରେ ଏଭଳି ଯୁଦ୍ଧ ଚାଲିଥିବା ନେଇ ସେ କୌଣସି ପ୍ରକାର ସୂଚନା ପାଇ ନାହାନ୍ତି।
ଏହି ଦୁଇବୈଜ୍ଞାନିକ ନାସାର ୮ମାସ ଧରି ଚାଲିବାକୁ ଥିବା ସ୍ପେସ ଏକ୍ସପେରିମେଣ୍ଟରେ ସାମିଲ ଅଛନ୍ତି। ନାସା ଏକ ପରୀକ୍ଷଣ କରୁଛି। ଏହି ପରୀକ୍ଷଣ ନାମ SIRIUS- 21 ରହିଛି। ଏହାର ଲକ୍ଷ ମହାକାଶ ଯାତ୍ରୀଙ୍କ ବାସ୍ତବ ଅନୁଭବକୁ ଜାଣିବା। ଏହି ଏକ୍ସପେରିମେଣ୍ଟରେ ସାମିଲ ୬ଜଣ କ୍ୟାପସୁଲରେ କୈଦ ଅଛନ୍ତି। ଏଥିମଧ୍ୟରୁ ଦୁଇଜଣ ଆମେରିକାର ବୈଜ୍ଞାନିକ ବିଲିୟମ ବ୍ରାଉନ ଓ ଏସଲେ କୋୱାଲସ୍କି ସାମିଲ ଅଛନ୍ତି। ଏତଦ ବ୍ୟତୀତ ଏହି କ୍ୟାପସୁଲ ଭିତରେ ୩ଜଣ ରୁଷ ନାଗରିକ ଓ ଅମିରାତର ନାଗରିକ ମଧ୍ୟ ଅଛନ୍ତି।
ନାସାର ଏକ ମିସନ ଅଧୀନରେ ବୈଜ୍ଞାନିକ ଗତ ନଭେମ୍ବରରେ କ୍ୟାପସୁଲକୁ ଯାଇଥିବା ବେଳେ ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ସେଥିରେ କୈଦ ରହିବେ ବୋଲି କୁହାଯାଉଛି। ସେମାନଙ୍କ ପାଖରେ ବାହାର ଦୁନିଆ ସହିତ ସମ୍ପର୍କ କରିବାକୁ ଇଲେକ୍ଟ୍ରୋନିକ ଲେଟର୍ସ ଏକମାତ୍ର ବିକଳ୍ପ ରହିଛି।
ବିଲିୟନ ବ୍ରାଉନଙ୍କ ଜଣେ ସାଥୀ କହିଛନ୍ତି, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ସେ ତାଙ୍କ ସାଥୀଙ୍କ ସହିତ କଥା ହୋଇଥିଲେ। କିନ୍ତୁ ବ୍ରାଉନଙ୍କୁ ଏବେ ଯୁଦ୍ଧ ବିଷୟରେ କୌଣସି ସୂଚନା ନାହିଁ।
ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି ଆମେରିକା ରୁଷ ପାଇଁ ଏୟାରସ୍ପେସ ବନ୍ଦ କରି ଦେଇଛି। ଅର୍ଥାତ ‌‌ରୁଷର କୌଣସି କମର୍ସିଆଲ ବିମାନ ଆମେରିକା ଯାଇ ପାରିବ ନାହିଁ।

ad-week
Leave A Reply

Your email address will not be published.