ରୁଷ ଉପରେ ଡିୟାଜିଓ, ଆଇକିଆ, ଏଫ ୧ ଓ ସ୍ପୋଟିଫାଏର ବଡ଼ କାର୍ଯ୍ୟାନୁଷ୍ଠାନ

add-all

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ, ହ୍ବାଇଟ ହର୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ମଦ ତିଆରି କରେ। ଡିୟାଜିଓ ସହିତ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ବିଶ୍ୱର ସର୍ବବୃହତ ଆସବାବପତ୍ର ବ୍ରାଣ୍ଡ ଆଇକିଆ ରୁଷ ଓ ବେଲାରୁଷରେ କାର୍ଯ୍ୟ ବନ୍ଦ କରିଦେଇଛି।
ଆଇକିଆ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧ ମାନବ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ରୁଷର ଆକ୍ରମଣ ପାଇଁ ଏବେ ବିଭିନ୍ନ ଜିନିଷ ଯୋଗାଣରେ ବାଧା ସୃଷ୍ଟି ହେଉଛି। ଏହି କାରଣରୁ କମ୍ପାନି ରୁଷରେ ଆଇକିଆକୁ ସାମୟିକ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ଅନ୍ୟପକ୍ଷରେ, ରୁଷ ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ଆହୁରି ତୀବ୍ର କରୁଥିବା ଦେଖି ଏଫ୍୧ ବଡ଼ ନିଷ୍ପତ୍ତି ନେଇଛି। ଏଫ୍୧ ରୁଷ ସହିତ କରିଥିବା ଚୁକ୍ତିନାମାକୁ ଶେଷ କରି ଦେଇଛି। ସେହିଭଳି ମ୍ୟୁଜିକ୍ ଷ୍ଟ୍ରିମିଂ ସେବା ଯୋଗାଉଥିବା ସ୍ପୋଟିଫାଏ ରୁଷରେ ଥିବା ନିଜ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି।

ad-week
Leave A Reply

Your email address will not be published.