ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏମ ସିଏସ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏନେଇ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।ପ୍ରାଧ୍ୟାପକ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଟିକାବାଲି ଏବଂ ଆଖପାଖ ଜନସାଧାରଣ ଉତ୍ସାହିତ ହୋଇ ଶୁଭେଛା ଜଣାଇଥିଲେ।ତାଙ୍କ ପ୍ରତିକ୍ରିୟାରେ କହୁଲେ ଏ ମହାବିଦ୍ୟାଳୟକୁ କନ୍ଧମାଳର ସର୍ବଶ୍ରେଷ୍ଠ ଅନୁଷ୍ଠାନ ଭାବରେ ଗଢି ତୋଳିବି ଏବଂ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇ ସାରିବା ପରେ କର୍ମ ନିଯୁକ୍ତି କିପରି ପାଇବେ ଏବଂ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ଏଥିପ୍ରତି ଅଧିକ ଧ୍ୟାନ ଦେବି।କଲେଜର କର୍ମଚାରୀ ଟିକବାଲିର ଜନସାଧାରଣ ଛାତ୍ରଛାତ୍ରୀ ମୋ ଉପରେ ଯେଉଁ ଭରସା ରଖିଛନ୍ତି ତାହା ପୂରଣ କରିବି ବୋଲି ଶ୍ରୀ ମହାନ୍ତି ସଂକଳ୍ପ କରିଥିଲେ।

ad-week
Leave A Reply

Your email address will not be published.