ଦାରିଙ୍ଗବାଡି ବ୍ଲକର ୧୫ସମିତି ସଦସ୍ୟ ଅଜ୍ଞାତ ବାସରେ, ଫଟୋ ଭାଇରାଲ ହେଲା

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନଭାଇ ସୁଶାନ୍ତ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଉଥିବା ଜଣାପଡିଛି। ମୋଟ ୨୫ ପଞ୍ଚାୟତ ମଧ୍ୟରୁ ୧୩ ସମିତି ସଦସ୍ୟ ଯାହାକୁ ଭୋଟ ଦେବେ ସେ ବ୍ଳକ ଅଧ୍ୟକ୍ଷ ନିର୍ବାଚିତ ହେବେ । ଏଥି ପାଇଁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଲଢେଇ ହେବାକୁ ରହିଥିବା ବେଳେ କଂଗ୍ରେସର ଗଦାପୁର ସମିତିସଭ୍ୟା ରୁଦା ମଲ୍ଲିକ କିମ୍ବା ସିିର୍କାବର୍ଗ ସମତିସଭ୍ୟ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏ କ୍ଷେତ୍ରରେ ବିଜେଡି ଆଗରେ ରହିଥିବା ଜଣାପଡିଛି । ବିଜେଡି ସମର୍ଥିତ ୧୫ ସଦସ୍ୟ ନିଜ ପଞ୍ଚାୟତ ଛାଡି ଏବେ ବିଜେଡି ଶିବିରରେ ରହିବା ସହ ଏକ ଫୋଟୋ ବର୍ତ୍ତମାନ ଭାଇରାଲ ହୋଇଥିବା ବିଷୟ ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

ad-week
Leave A Reply

Your email address will not be published.