ନିର୍ବାଚନ ଗଣତି ପରେ ପୁଣି ଅଶାନ୍ତ ପିତାତଳି, ପାଞ୍ଚ ଗୁରୁତର – ଫାଣ୍ଡି ପ୍ରତିଷ୍ଠା ଦାବି

Independence

ଆମ୍ବୁଲାନ୍ସ ନ ଛାଡ଼ିବା ଘଟଣା ର ତୀବ୍ର ନିନ୍ଦା ଚିକିଟି


ଚିକିଟି : ଗୋଳନ୍ଥରା ଥାନା ଚିକିଟି ବ୍ଲକ ପିତାତଳି କିଛି ଦିନ ବ୍ୟବଧାନରେ ପୁଣି ନିର୍ବାଚନ ଫଳାଫଳ ଘୋଷଣା ପରେ ଅଶାନ୍ତ ହୋଇପଡିଛି । ବିଜୟ ପଟୁଆର ପରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ମାର ପିଟ ଏବଂ ଗୋଟିଏ ଗୋଷ୍ଠୀ ର ବୋମାମାଡ଼ ରେ ଜଣେ ମହିଳା ଙ୍କ ସମେତ 5 ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।ଏ ଯାବତ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନ ଥିବା ବେଳେ ଗାଁ ରେ ଚାପା ଉତ୍ତେଜନା ଲାଗି ରହିଛି । ଅନ୍ୟ ପକ୍ଷରେ ଆମ୍ବୁଲାନ୍ସ କୁ ଗୋଟିଏ ଗୋଷ୍ଠୀ ନ ଛାଡିବା ଘଟଣା କୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଘଟଣା ସୂତ୍ରରୁ ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ଉକ୍ତ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଙ୍କ ବିଜୟ ପରେ ପଟୁଆର ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ଶେଷ ହେବା ପରେ ଉକ୍ତ ଗ୍ରାମର ପି. ଋଷି ରେଡ଼ି, ପି.ଦେବା ଛକ କୁ ଖୀର ନେବା ପାଇଁ ଆସିଥିବା ବେଳ କିଛି ଯୁବକ ମଦ୍ୟପାନ କରି ବିଅର ବୋତଲ ରେ ଆକ୍ରମଣ କରିଥିଲେ। ପରେ ତାଙ୍କ ପରିବାର ଲୋକ ଏବଂ ସମର୍ଥକ ମାନେ ଏକତ୍ରିତ ହେବା ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।ଫଳରେ ବିପକ୍ଷ ଗୋଷ୍ଠୀ ର ପି.ଦେବା, ଏସ. କୋରା, କେ. ପୋଲେୟା,କେ. ନୋକା ରାଜୁ, କେ ପରମ ଜ୍ୟୋତି(ମହିଳା) ଆହତ ହୋଇଥିଲେ।ସେମାନଙଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ଡ଼ାକିବାରୁ ଗୋଟିଏ ଗୋଷ୍ଠୀ ଗାଁ ଭିତରକୁ ନ ଛାଡିବା ପରେ ଗାଡି ଫେରିଯାଇଥିଲା।ଏ ଘଟଣା କୁ ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଡ୍ୟାନ ସାମନ୍ତରା ଦୁର୍ଭାଗ୍ୟ ଜନକ କହି ଏ ଘଟଣା ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ପରେ ଗୋଳନ୍ଥରା ପୋଲିସ ଆସିବା ପରେ ଆହତ ଙ୍କୁ ଚିକିଟି ମେଡ଼ିକାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।ଗାଁ ରେ ଏବେ ବି ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଉଭୟ ଆକ୍ରମଣ ର ଶିକାର ହୋଇଥିବା ଗୋଷ୍ଠୀ ବର୍ତ୍ତମାନ ର ନବ ନିର୍ବାଚିତ ସରପଞ୍ଚ ଏ.ରଙ୍ଗରାଓ ଙ୍କ ସମେତ 18 ଜଣକ ନା ରେ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ବିପକ୍ଷ ଗୋଷ୍ଠୀ ମଧ୍ୟ କାଉଣ୍ଟର ଅଭିଯୋଗ ଦେଇଛନ୍ତି।
ପୋଲିସ case no 81,82 ରେ ଦୁଇଟି ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବା ବେଳେ ଗାଁ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।ଅପର ପକ୍ଷରେ ପିତାତଳି ଛକ ଟି ସୀମାନ୍ତ ରେ ରହିଥିବା ଯୋଗୁଁ ବେଆଇନ ମଦ ବ୍ୟବସାୟ, କଳା ବେପାରୀ ଙ୍କ ପ୍ରାଦୃଭାବ ବଢିବା ଶହ ବଡ଼ ବଡ଼ ସହର କୁ ଉକ୍ତ ରାସ୍ତା ସଂଯୋଗ କରୁଛି।ତେଣୁ ଉକ୍ତ ଜାଗା ରେ ବହୁ ପ୍ରତୀକ୍ଷିତ ପୋଲସ ଫାଣ୍ଡି ପ୍ରତିଷ୍ଠା ପାଇଁ ପୂର୍ବତନ ବାଚସ୍ପତି ଦାବି କରିଛନ୍ତି।ପୂର୍ବରୁ ଏଠାରେ ଫାଣ୍ଡି ରହିଥିବା ବେଳେ 1976 ବାତ୍ୟା ପରେ ତାକୁ ବଦଳ କରାଯାଇଛି।ସୁରଳ ପିତାତଳି ରୋଡ ଅସାମାଜିକ ଲୋକଙ୍କ ଆଡ୍ଡା ମଧ୍ୟ ପାଲଟି ଯାଇଛି।ତେଣୁ ଏ ସଂକ୍ରାନ୍ତରେ ଚିନ୍ତାମଣୀ ଡିଜି,ଡି ଆଇ ଜୀ ଙ୍କୁ ଫାଣ୍ଡି ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।ତେଣୁ ସ୍ଥାନୀୟ ବିଧାୟିକା ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ad-week
Leave A Reply

Your email address will not be published.