ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ୬ ଜଣଙ୍କର ମୃତ୍ୟୁ

add-all

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨୨ ଜଣ ଶିଶୁ ବି ଅଛନ୍ତି।

ଆଜି ଝାରସୁଗୁଡ଼ା ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ୧୯ ଏବଂ ଖୋର୍ଦ୍ଧାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୮, କଟକ ୪, ଯାଜପୁର ୨, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡ଼ା ୮, କୋରାପୁଟ ୭, ମୟୂରଭଞ୍ଜ ୮, ନବରଙ୍ଗପୁର ୫, ନୟାଗଡ଼ ୧, ନୂଆପଡ଼ା ୩, ପୁରୀ ୧, ସମ୍ବଲପୁରରୁ ୧୧ ଏବଂ ସୁନ୍ଦରଗଡ଼ରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ଆଜି ସୁନ୍ଦରଗଡ଼ରୁ ୩ ଜଣ, ଖୋର୍ଦ୍ଧା, କଟକ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ad-week
Leave A Reply

Your email address will not be published.