ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଶୁଭଖୁଣ୍ଟି ସ୍ଥାପନ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ହେବାକୁ ଥିବା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ନେଇ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଏହି ଅବସରରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ଘଣ୍ଟ ଘଣ୍ଟା ହୁଳହୁଳି ଦେଇ ମାଁ ଠାକୁରାଣୀ ଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏହା ପରେ ଗ୍ରାମ ପୁରୋହିତ ଶ୍ରୀ ଲବ କିଶୋର ପାଢ଼ୀ ମନ୍ତ୍ର ଉଚ୍ଚାରଣ କରିବା ସହ ପୁଜାର୍ଚ୍ଚନା କରିଥିଲେ।

କର୍ତ୍ତା ଭାବେ ନରସିଂହ ପ୍ରଧାନ ତାଙ୍କ ସହଧର୍ମିଣୀ ସୁନିତା ପ୍ରଧାନ, କାଶିନାଥ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କୁନ୍ତଳା ପ୍ରଧାନ ଉଭୟେ କର୍ତ୍ତା ଭାବେ ପୁଜା ରେ ବସିଥିଲେ। ଦିର୍ଘ ତିନି ଦିନଧରି ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଚଳିତ ମାସ ଳ ୨୧ ତାରିଖ ସୋମବାର ଠାରୁ ,୨୩ ବୁଧବାର ଯାଏଁ ଅନୁଷ୍ଠିତ ହେବ। ପ୍ରତ୍ୟେହ ହୋମଯଜ୍ଞ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ହେବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିବସରେ ଜଳଯାତ୍ରା, ମଣ୍ଡଳାଧିବାସ, ଅଙ୍କୁରାରୋପଣ ହେବାକୁ ଥିବା ବେଳେ ଦିତୀୟ ଦିବସରେ ପ୍ରତିଷ୍ଠା କର୍ମ, ବ୍ରାହ୍ମଣ ବରଣ,ସାଲା ସଂସ୍କାର ସହିତ ମଣ୍ଡଳ ପୁଜା ଉତ୍ସବ ହେବ। ସେହିପରି ତୃତୀୟ ଦିବସରେ ପାର୍ଶ ଦ୍ଵାର, ତ୍ରିଶୂଳ, ଧ୍ବଜ ସ୍ଥାପନ,ଦେବତା ପ୍ରବେଶ, ମହାଧ୍ବଜ ଭ୍ରମଣ ସହ ପୁର୍ଣାହୃତି ହେବ । ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ (ପିଲା ପୁରୋହିତ) ମୁଖ୍ୟ ପଣ୍ଡିତ ଭାବେ ଯୋଗଦେଇ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସାଫଲ୍ୟ କରିବେ। ଆଜିର ଏହି ଶୁଭଖୁଣ୍ଟି ସ୍ଥାପନ ଉତ୍ସବରେ ଗ୍ରାମର ଶତାଧିକ ମହିଳା ପୁରୁଷ ଙ୍କ ସମେତ ମନ୍ଦିର ପୁଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.