ଲାଇନମ୍ୟାନ ଦିବସ ପାଳିତ

add-all


ହିଞ୍ଜିଳିକାଟୁ (୪ା୩) : ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟାପାୱାର ଦକ୍ଷିଣାଞ୍ଚଳ ଜୋନ ହିଞ୍ଜିଳିକାଟୁ ଶାଖାର ପ୍ରଥମ ଲାଇନମ୍ୟାନ ଦିବସ ଶୁକ୍ରବାର ଗ୍ରାହକ ସେବା କେନ୍ଦ୍ର ପ୍ରକୋଷ୍ଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ଦକ୍ଷିଣାଞ୍ଚଳ ବିତରଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀ ଇଂ ନରୋତ୍ତମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଟାଟା ପାୱାର ଦକ୍ଷିଣାଞ୍ଚଳ ବିତରଣ ସଂସ୍ଥାର ମୁଖ୍ୟ ନିରାପତ୍ତା ଅଧିକାରୀ ସୁଶିଲ କୁମାର ପାଣିଗ୍ରାହୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ନିରାପତ୍ତା ପତକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଅଧିକାରୀ ଇଂ ସତ୍ୟ ନାରାୟଣ ଦାଶ, ଇଂ, ସରୋଜ କୁମାର ମିଶ୍ର, ଶେରଗଡ ଏସଡିଓ ଇଂ. ନରେନ୍ଦ୍ର ନାୟକ, ସହକାରୀ ଯନ୍ତ୍ରୀ ସନ୍ତୋଷ ପ୍ରଧାନ, ବିଦୁର ବେହେରା, ନିରାପତ୍ତା ଅଧିକାରୀ ଐଶ୍ୟର୍ଯ୍ୟା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଥର ଲାଗି ଟାଟାପାୱାର ପକ୍ଷରୁ ଲାଇନମ୍ୟାନ ଦିବସ ପାଳନ କରାଯାଇଥିବାରୁ କାର୍ଯ୍ୟରତ ଲାଇନମ୍ୟାନ ମାନେ କର୍ମକ୍ଷେତ୍ରରେ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ହିଞ୍ଜିଳିକାଟୁର ଲାଇନମ୍ୟାନ ଦେବୀ ପ୍ରସାଦ ଚୌଧୁରୀ, କଙ୍କୋରଡାର ଅନିଲ କୁମାର ସ୍ୱାଇଁ ଓ ପାଟପୁରର ଲକ୍ଷ୍ମୀ ନାରାୟଣ ଜେନାଙ୍କୁ ଶ୍ରେଷ୍ଠ ଲାଇନମ୍ୟାନ ଭାବେ ପୁରସ୍କୃତ କରାଯାଇଥିଲା । ଅନ୍ୟପକ୍ଷରେ ଶ୍ରୀକାନ୍ତ ମହାନ୍ତି, ଅନିଲ କୁମାର ସ୍ୱାଇଁ, ,ରମେଣ ରାଉତ, ଦିପକ ପାଢି, ଅବନୀ ପାଇଟଲ, ପ୍ରପୁଲ ମହାରଣାଙ୍କୁ ସେଫ୍ଟି ମାସଲ ଭାବେ ପୁରସ୍କୃତ କରାଯାଇଥିଲା । ମୋହନ ରେଡ୍ଡି, ସୂର୍ଯ୍ୟ ନାରାୟଣ ପଣ୍ଡା, ଅକ୍ଷୟ ମିଶ୍ର, ମନୋରଞ୍ଜନ ପାତ୍ର, ମିଟୁ ସ୍ୱାଇଁ, ରାକେଶ ସ୍ୱାଇଁ , ସୁଶିଳ ରଞ୍ଜନ ଦାଶ, ନିଳାଞ୍ଚଳ ମହାରଣା, ଶିବ ନାଏକ, କୋଦଣ୍ଡ ରାଓ, ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.