ଝିଅଙ୍କର ମଧ୍ୟ ପଡିଆରେ ଫୁଟବଲ ଖେଳିବାର ଅଧିକାର ଅଛି

add-all

ଫୁଲବାଣୀ : ସ୍ଥାନୀୟ ସାରଙ୍ଗଡ ହାଇ ସ୍କୁଲ ପଡିଆ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ଫୁଟବଲ ପ୍ରତିଯୋଗୀତା ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲ୍ଲେନ ତରଫରୁ ଆୟୋଜିତ ହୋଇଯାଇଅଛି । ଉଦଘାଟନି ଉତ୍ସବରେ ବାଲିଗୁଡାର ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ର ଯୋଗ ଦେଇ ଏହି ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ “ଝିଅଙ୍କର ମଧ୍ୟ ପଡିଆରେ ଫୁଟବଲ ଖେଳିବାର ଅଧିକାର ଅଛି” ଅର୍ଥାତ ଝିଅ ମାନଙ୍କୁ ପ୍ରତି କ୍ଷେତ୍ରରେ ସମାନ ସୁଯୋଗ ଦେବା ସହିତ ଲୁକାୟିତ ପ୍ରତିଭାକୁ ଖୋଜିବା ନିମନ୍ତେ ସ୍ଥାନୀୟ ସାରଙ୍ଗଡ ଓ ବଣ୍ଡାଗୁଡା ର କିଶୋରୀ ବାଳିକାମାନଙ୍କୁ ନେଇ ଏହି ଫୁଟବଲ ମ୍ୟାଚ କୁ ଆୟୋଜନ କରାଯାଇଅଛି ।

କନ୍ଧମାଳ ଜିଲ୍ଲାରେ ଅନେକ ଲୁକାୟିତ ପ୍ରତିଭା ରହିଅଛି, ସେହି ପ୍ରତିଭା ଗୁଡିକୁ ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନ କୁ ଅଣାଯାଇପାରିବା ସହିତ କିଶୋରୀ ବାଳିକା ମାନେ ମଧ୍ୟ ରାଜ୍ୟ ତଥା ଦେଶର ବିଭିନ୍ନ ଦଳ ରେ ସାମିଲ ହୋଇପାରିବେ ବୋଲି ଶ୍ରୀ ରାଜୀବ ପାତ୍ର କହିଛନ୍ତି । ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲାର କିଶୋରୀ ବାଳିକା ମାନଙ୍କର ଅଧିକାର, ଯୌନ ପ୍ରଜନନ ସ୍ବାସ୍ଥ୍ୟ, ବାଲ୍ୟ ବିବାହ ଆଦି କ୍ଷେତ୍ରରେ ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲ୍ଲେନ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି, ଏହି ପରିପ୍ରେକ୍ଷୀରେ କିଶୋରୀ ବାଳିକା ମାନଙ୍କୁ ସମାନ ଅଧିକାର ଦେବା ସହିତ ସେମାନଙ୍କର ଶାରୀରିକ ବିକାଶ ତଥା ଲୁକାୟିତ ପ୍ରତିଭା କୁ ଖୋଜିବା ନିମନ୍ତେ ଏହି ପ୍ରତିଯୋଗୀତା ର ଆୟୋଜନ କରାଯାଇଅଛି ବୋଲି ସେଭ ଦି ଚିଲ୍ଡେନ ର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ ମିଶ୍ର କହିଛନ୍ତି । କିଶୋରୀ ବାଳିକା ମାନଙ୍କୁ ନେଇ ଫୁଟବଲ ଖେଳିବା ଓ ଝିଅ ମାନେ ମଧ୍ୟ ପୁଅ ମାନଙ୍କ ଭଳି ଫୁଟବଲ ଖେଳି ପାରିବେ ବୋଲି ଉଭୟ ଦଳର ମୁଖ୍ୟ ସରମିଳତା ପ୍ରଧାନ ଓ ରୁନିମା ପ୍ରଧାନ କହିଛନ୍ତି । ସନମାନିତ ଅତିଥ୍‌ ଭାବରେ ସିମାଞ୍ଚଳ ମୁଖୀ, ପ୍ରିୟବତ ପ୍ରଧାନ, ଗଣେଶ୍ବର ପ୍ରଧାନ, ସହଦେବ ପାତ୍ର, ରାକେଶ କୁମାର କୋଠଦଳେଇ, ପ୍ରଦୀପ ପ୍ରଧାନ, ପ୍ରିୟଙ୍କା ରାଉତ ଯୋଗଦେଇ କିଶୋରୀ ବାଳିକା ମାନଙ୍କୁ ଉଚ୍ଛିହିତ କରିଥିଲେ । ବଣ୍ଡଗୁଡା ୨ – ୦ ଗୋଲ ରେ ବିଜୟୀ ହୋଇଥିଲା ଓ ପରିଶେଷରେ ସମସ୍ତ ଖେଳାଳି ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରଯାଇଥିଲା । ସରସ୍ଵତୀ ବିନ୍ଧାଣି ଓ ପ୍ରିୟତମା ନାୟକ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.