ଏଜେଓହାଇସ୍କୁଲର ଆଲୁମୁନି ଛାତ୍ର ସଂଘର ବୈଠକ

add-all

ଫୁଲବାଣୀ;-ଏଜେଓ ହାଇସ୍କୁଲର ଆଲୁମୁନି ଛାତ୍ର ସଂଘର ବୈଠକ ସଭାପତି ସର୍ବେଶ୍ୱର ମିଶ୍ରଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୋସ୍କୁଲ ଅଭିଯାନରେ ଏଜେଓହାଇସ୍କୁଲକୁ ସାମିଲ କରି ଅଧିକ ଛାତ୍ର ଛାତ୍ରୀ ଆକୃଷ୍ଟ କରିବାକୁ ଘରୋଇ ବିଦ୍ୟାଳୟ ଭଳି ପରିବେଶ ସୃଷ୍ଟି କରାଯାଇଛି।ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ତାଲିମ ପ୍ରାପ୍ତ ମାନବ ସମ୍ବଳର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟ ଜମି ବିଦ୍ୟାଳୟ ନାମରେ ରେକଡ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏଜେଓହାଇସ୍କୁଲର ମୁଖ୍ୟ ବିଲଡିଂ ବ୍ୟତୀତ ହଷ୍ଟେଲ, ଖେଳପଡିଆ, ବାସଗୃହ, ମଡେଲ ସ୍କୁଲ, ଖେଳପଡିଆ ସମ୍ମୁଖରେ ଥିବା କ୍ୱାଟର ଇତ୍ୟାଦି ଉପରେ ଏଯାବତ ପଦକ୍ଷେପ ନିଆଯାଇନଥିବାରୁ ଉଦବେଗ ପ୍ରକାଶ ପାଇଛି।ମାଡି ବସିଥିବା ଜମିରୁ ହଟାଇବାକୁ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।ତୁରନ୍ତ ତହସିଲ ପକ୍ଷରୁ ପଦକ୍ଷେପ ନ ନେଲେ ଆଲମୁନି ପକ୍ଷରୁ ବିକଳ୍ପ ପଦକ୍ଷେପ ନେବାକୁ ବାଧ୍ୟହେବାକୁ ଆଲୋଚନା କରାଯାଇଛି।ଏହି ବୈଠକରେ ପ୍ରଧାନ ଶିକ୍ଷକ ଦିଲୀପ ପ୍ରଧାନ ଙ୍କ ସହ ଓଁ ପ୍ରକାଶ ପଣ୍ଡା, କଲୋଳିନୀ ମିଶ୍ର ଓ ଆଲମୁନି ର ଡ ଅରୁପ କୁମାର ଜେନା,ନବୀନ କିଶୋର ପଣ୍ଡା, ନାରାୟଣ ସାହୁ,ବିଜୟ କୃଷ୍ଣ ପଟନାୟକ, ଶିବ ପ୍ରସାଦ ତ୍ରୀପାଠୀ, ପ୍ରଶନ୍ନ ସାହାଣୀ, ଚକାଡୋଳା ମଲିକ ପ୍ରମୁଖ ଯୋଗ ଦାନ କରିଥିଲେ।

ad-week
Leave A Reply

Your email address will not be published.