ପ୍ରକାଶ ପାଇଲା ଦ୍ୱିତୀୟ ପର୍ୟ୍ୟାୟ ମେଡିକାଲ ନାମଲେଖା

add-all

ଭୁବନେଶ୍ବର: ପ୍ରକାଶ ପାଇଲା ଦ୍ବିତୀୟ ପର୍ୟ୍ୟାୟ ମେଡିକାଲ ନାମଲେଖା ତାଲିକା। ରାଜ୍ୟରେ ମେଡିକାଲ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଦ୍ବିତୀୟ ପର୍ୟ୍ୟାୟ ସିଟ୍ ଆଲର୍ଟମେଣ୍ଟ ପ୍ରକାଶ ପାଇଛି। ରାଜ୍ୟରେ ମେଡିକାଲ ନାମଲେଖା ପାଇଁ ମେଡିକାଲ ପାଠ୍ୟକ୍ରମ ପାଇଁ ଦ୍ବିତୀୟ ରାଉଣ୍ଡ ଆବଣ୍ଟନର ଫଳାଫଳ ପ୍ରକାଶ ପାଇଛି।

ରାଜ୍ୟ କୋଟା ଆସନଗୁଡ଼ିକର ସମୁଦାୟ ସଂଖ୍ୟା ୧୪୬୬ ସିଟ ରହିଛି। ସେଥି ମଧ୍ୟରୁ (MBBS – ୧୩୧୨, BDS – ୧୫୪) ପ୍ରଥମ ଏବଂ ଦ୍ବିତୀୟ ରାଉଣ୍ଡ ପରେ ମୋଟ ବଣ୍ଟନ ୧୪୦୪ ସିଟ ରହିଛି। ଦ୍ଵିତୀୟ ପର୍ୟ୍ୟାୟ ଚୂଡ଼ାନ୍ତ ମେଧା ତାଲିକା ପରେ ଛାତ୍ରଛାତ୍ରୀ ଚଏସ ଫିଲିଂ ଓ ନାମଲେଖା ଲକିଂ କରିଥିଲେ। ସେହି ଆଧାରରେ ଆଜି ଛାତ୍ରଛାତ୍ରୀଙ୍କୁ ସିଟ ଦିଆଯାଇଛି।ଆସନ୍ତା ୮ ତାରିଖରୁ ୧୧ ତାରିଖ ଭିତରେ ସିଟ ପାଇଥିବା ଛାତ୍ରଛାତ୍ରୀ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ନାମ ଲେଖାଇବେ । ତେବେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ୬ ରୁ ୧୨ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଯଦି ସିଟ ବଳକା ରୁହେ ତେବେ ସ୍ପଟ କାଉନସେଲିଂ ପାଇଁ ସମୟସୂଚୀ ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.