ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରୁହନ୍ତୁ : ଓଡ଼ିଶା ପୋଲିସ

add-all

ଭୁବନେଶ୍ୱର: ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରୁହନ୍ତୁ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଅନେକ ଟଙ୍କା ଲୁଟିନେଇ ପାରନ୍ତି ।

ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ । କିଛି ଏପରି କହି ରାଜ୍ୟବାସୀଙ୍କୁ ସାଇବର ଠକଙ୍କଠାରୁ ସତର୍କ ରହିବାକୁ କହିଛି ଓଡ଼ିଶା ପୋଲିସ। ଆଜି ଓଡ଼ିଶା ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରି ସାଇବର ଠକଙ୍କଠାରୁ କିପରି ସତର୍କତା ଅବଲମ୍ବନ କରିବେ ସେ ନେଇ ବିଭିନ୍ନ ସୂଚନା ଦିଆଯାଇଛି।

ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ଉପାୟରେ ନାନା ପ୍ରକାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ସାଇବର ଠକେଇରେ ଏବେ କେବଳ ସାଧାରଣ ଲୋକେ ନୁହନ୍ତି, ପାଠୁଆ ଶିକ୍ଷିତ ଲକମାନେ ମଧ୍ୟ ଶିକାର ହେଉଛନ୍ତି । ତେବେ ଡିଜିଟାଲ ଲୁଟେରା ମାନଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ସାମ୍ନା କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ରାଜ୍ୟ ପୋଲିସ ରାଜ୍ୟବାସୀଙ୍କୁ ସତର୍କ କରାଇଛି ।

ad-week
Leave A Reply

Your email address will not be published.