ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଜାପନ ହୋଇଯାଇଛି। ଏହି ତୁର୍ଣ୍ଣାମେଣ୍ଟ ରେ ମୋଟ ୮ ଗୋଟି ଦଳଙ୍କୁ ନେଇ ଟୁର୍ଣାମେଣ୍ଟ ଖେଳା ଯାଇଥିଲା । ଏଇ ଉଦଜାପନା ଦିବସରେ ମୂଖ୍ୟ ଅତିଥି ଜାଗ୍ରତ କନ୍ଧମାଳର ସଂପାଦକ, ତଥା ହିନ୍ଦ ମଯଦୁର ସଭାର ଜିଲ୍ଲା ଆବାହକ, ଆଇନଜୀବୀ ସତ୍ୟ ନାରାୟଣ ବେହେରା , ବିଶିପଡ଼ା ସରପଞ୍ଚ ସାକାଳୀ କହଁର,ପ୍ରଧାନ ଶିକ୍ଷକ ସଞ୍ଜୟ ସାହୁ, ପଞ୍ଚାୟତ ଅଫିସର ପ୍ରମୋଦ ସାହାଣୀ , ଫରେଷ୍ଟର ଅଜିତ ସାହାଣୀ , ଶିକ୍ଷକ ସନ୍ତୋଷ ପ୍ରଧାନ, ଶିକ୍ଷକ ଚତୁର୍ଭୁଜ ବେହେରା,ସୁକାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏବଂ ସୁକାନ୍ତ ବେହେରା ସଭା ପରି ଚାଳନା କରିଥିଲେ। ଫାଇନାଲ ରେ ଦଡକି ଗ୍ରୁପ ଏବଂ ଗଣେଶରୁ ଗ୍ରୁପ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ପ୍ରଥମେ ଗଣେଷରୁ ଗ୍ରୁପର ଖେଳାଳି ମାନେ ବ୍ୟାଟିଙ୍ଗ କରି ୧୦ ଓଭର ରେ ୯୬ ରନ ସଂଗ୍ରହ କରିଥିଲେ। ଶେଷରେ ଦଡକି ଗ୍ରୁପର ଖେଳାଳି ମାନେ ସମସ୍ତ ଉଇକେଟ ହରାଇ ମାତ୍ର ୭୦ ରନ କରିବା ପାଇଁ ସମର୍ଥ ହୋଇ ଥିଲେ । ଆଶ୍ଚର୍ଯ୍ୟର କଥା ଗଣେଶରୁ ଗ୍ରୁପରୁ ଖେଳାଳି ମାନଙ୍କ ମଧ୍ୟରୁ ବାପା ମଦନ ପାଣ୍ଡେ କହଁର (୪୨) , ବଡ଼ ପୁଅ ଅମିତ୍ ଶର୍ମା କଂହର (୨୧) , ସାନ ପୁଅ ଅଜିତ ଶର୍ମା କଂହର (୧୮) ସାଙ୍ଗ ଭଳି ସୁନ୍ଦର ଖେଳ ପ୍ରଦଶନ ବାପା ମଦନ ପାଣ୍ଡେ କହଁର ୨ ଟି ଛକା ମାରି ଥିଲେ। ଏବଂ ସମସ୍ତଙ୍କ ଠାରୁ ମୁନା କହଁର ସର୍ବାଧିକ ୩୭ ରନ କରିଥିଲେ। ଶେଷରେ ଗଣେଶରୁ ଗ୍ରୁପର ଖେଳାଳି ମାନଙ୍କୁ ଟ୍ରଫି ସହ ୪୫୦୦ ଟଙ୍କା ମୂଖ୍ୟ ଅତିଥି ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏବଂ ଶିବରାମ ସାହୁଙ୍କର ପରିବାର ବର୍ଗଙ୍କୁ ମୂଖ୍ୟ ଅତିଥି ଧନ୍ୟବାଦ୍ ଦେବା ସହ ,ତାଙ୍କର ଗୁଣ ଓ ଗାରିମା ପରି ପ୍ରକାଶ କରିଥିଲେ। ସମସ୍ତ ସାଙ୍ଗ ସାଥୀ ,ବନ୍ଧୁ ବାନ୍ଧବ ତାଙ୍କର ସ୍ମୁତିକୁ ମନେ ପକାଇ ସୃତି ଚାରଣ କରିଥିଲେ।

ad-week
Leave A Reply

Your email address will not be published.