କଳାହାଣ୍ଡିର କଲେଜ ଅଧ୍ୟକ୍ଷଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

add-all

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ଭବାନୀପାଟଣାର ଭିଜିଲାନ୍ସର ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ଆଦେଶ ବଳରେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଣ କରାଯାଉଥିବା ଜଣାଯାଇଛି। ଏବେ୬ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଛି।

ଭୁବନେଶ୍ୱରର ଡୁମଡୁମା ହାଉସିଂ ବୋର୍ଡ କଲୋନି, ଆର୍ଯ୍ୟପଲ୍ଲୀରେ ପ୍ଲଟ୍ ନଂ ଏସବି-୦୭ ରେ ଥିବା ଲାଞ୍ଜିଗଡ଼ର ବିଶ୍ୱନାଥପୁରରେ ଅବସ୍ଥିତ ଆବାସିକ ଘର, ଖୋର୍ଦ୍ଧାଠାରେ ଥିବା ତାଙ୍କର କ୍ରସର୍ ୟୁନିଟ୍, କଳାହାଣ୍ଡି ଜିଲ୍ଲା ବିଷ୍ଣୁନାଥପୁର ନିକଟ ପୋଖରୀବନ୍ଧରେ ଥିବା କ୍ରସର ୟୁନିଟ୍ ଏବଂ ବିଶ୍ୱନାଥପୁର, ହୀରାନୀଳା କଲେଜରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ବିଶ୍ୱନାଥପୁରସ୍ଥିତ ମା ହୀରାନୀଳା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଥିଲେ। ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନରରେ ରହିଥିଲା । ଫଳରେ ଆଜି ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢଉ ଜାରି ରହିଛି। ଚଢଉ ଶେଷ ହେବା ପରେ ସଂପତ୍ତିର ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.