ତିନି ପ୍ରମୁଖ ଦଳ ସହ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ଦାଖଲ କଲେ ନାମାଙ୍କନ ପତ୍ର

add-all

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ନିର୍ବାଚନ ନିମନ୍ତେ ତିନି ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମାନଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ନିଜ ନିଜର ସମର୍ଥକ ମାନଙ୍କୁ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରଥମେ ବିଜୁଜନତା ଦଳ ପକ୍ଷରୁ ବିଧାୟକ ଅଙ୍ଗଦ କହଁର ଓ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ବରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜିଲ୍ଲା ସଭାପତି ଅନାମ ନାୟକ, ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ପରିଡ଼ା, ବିଜୟ ମହାନ୍ତି, ରଜତ କୁମାର ମହାନ୍ତି, ନନ୍ଦ କିଶୋର ଦାସ ପ୍ରମୁଖ ଏହି ନାମାଙ୍କନ ପତ୍ର  ଶୋଭାଯାତ୍ରାରେ ଆସି ଦାଖଲ କରିଥିଲେ। 
ସେହିପରି ବିଜେପି ନେତା ଭଗବାନ ମହାନ୍ତି, ପରେଶ୍ ମହାପାତ୍ର, ଅଜିତ୍ କୁମାର ପଟ୍ଟନାୟକ, ଲିଙ୍ଗରାଜ ଦଳବେହେରା, ଦେବ ନାରାୟଣ ପ୍ରଧାନ, ତପନ ପାଢୀ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନଙ୍କ ସହ ବିଜେପି ପ୍ରାର୍ଥୀ ମାନେ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।କୌଣସି ବିଶୃଙ୍ଖଳା ପରିସ୍ଥିତି ନଉପୁଜିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲା। ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ,ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ସମେତ ଅନ୍ୟ ଥାନା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.