ମା ଠାକୁରାଣୀ ଅଟୋସଙ୍ଘ ଗୁଟିଙ୍ଗିଆ କନ୍ଧମାଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନବ ନିର୍ବାଚିତ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଠାରେ ମା ଠାକୁରାଣୀ ଅଟୋ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ନବ ନିର୍ବାଚିତ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆକାଂକ୍ଷା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମୁଖ୍ୟ ଅତିଥି ଅଟୋ ସଙ୍ଘର ଉପଦେଷ୍ଟା ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ଯୋଗ ଦେଇଥିଲେ।ଜଣେ ଶିଖିତ ହିସାବରେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ଶ୍ରୀମତୀ ପ୍ରଧାନଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିଲା।ସରପଞ୍ଚ ହିସାବରେ ମୋ ଅଞ୍ଚଳର ସମସ୍ତ ମୌଳିକ ସୁବିଧା ଜନସାଧାରଣଙ୍କୁ ଯୋଗାଇ ଦେବାକୁ ବଧ ପରିକର ବୋଲି ପ୍ରକାଶ କରି ଅଟୋ ସଙ୍ଘର କାର୍ଯ୍ୟାଳୟ ପାଇଁ ଜାଗା ଓ ଘର ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟ ଅତିଥି ଅଟୋ ସଙ୍ଘର ସମସ୍ତ ପରିବାର ବୀମା କରିବାକୁଅନୁରୋଧ କରିଥିଲେ।ସଙ୍ଘ ପଞ୍ଜିକୃତ ହୋଇଥିବାରୁ ସମସ୍ତ ସଦସ୍ୟ ଅଟୋମାଲିକ ଖୁସି ବ୍ୟକ୍ତ କରିଥିଲେ।ସଭାରେ ସଭାପତି ସୋମନାଥ ନାୟକ ପରିଚାଳନା କରିଥିଲେ।ସାଧାରଣ ସମ୍ପାଦକ ମିଥୁନ ନାୟକ ବିବରଣୀ ପାଠ କରିଥିଲେ। ସଙ୍ଘର ଅନ୍ୟତମ ଉପଦେଷ୍ଟା ଵିଜୟ ବେହେରା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.