ନିଖୋଜ ଗାଡି ମାଲିକ ଙ୍କ ପତ୍ତା ମିଳୁନି

add-all

ଚିକିଟି : କେ ନୂଆଗାଁ ଥାନା ଜକର ଗ୍ରାମ ର ଗାଡି ମାଲିକ ଜୟଦେବ ପ୍ରଧାନ ଚାରି ଦିନ ହେଲା ନିଖୋଜ ହୋଇଥିଲେ ମଧ୍ୟ ଏ ଯାବତ ପତ୍ତା ମିଳୁନାହିଁ।ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ କେ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି।କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକ ଆଶଙ୍କା ମଧ୍ୟରେ ରହିଛନ୍ତି।ଜୟଦେବଙ୍କ ଏକ ଘରୋଇ ମିନି ବସ ଥିଲା ବେଳେ ପ୍ରତିଦିନ ଭଳି ଗାଡ଼ି ଷ୍ଟାଫ ଙ୍କ ସହ ମିଶିବାକୁ 4 ତାରିଖ ଦିନ ଘରୁ ବାହାରି ଯାଇଥିଲେ ବ୍ରହ୍ମପୁର।ସନ୍ଧ୍ୟା 6 ଟାରେ ଘରକୁ ଫୋନ ମଧ୍ୟ କରିଥିଲେ ଆସିଯିବେ ବୋଲି।ବିଳମ୍ବିତ ରାତ୍ର ଯାଏଁ ନ ଆସିବା ଫଳ ରେ ପରିବାର ଲୋକ ବହୁ ଖୋଜା ଖାଜି କରିଥିଲେ।ତଥାପି ନ ମିଳିବା ହେତୁ 6 ତାରିଖରେ ଥାନା ରେ ଅଭିଯୋଗ କରିଛନ୍ତି ଜୟଦେବ ଙ୍କ ସ୍ତ୍ରୀ।ଫୋନ କଲା ପରେ ଫୋନ ବନ୍ଦ ଥିବା ଯୋଗୁଁ ଆଶଙ୍କା ପରିବାର ଲୋକଙ୍କ ବଢି ଯାଇଛି।ଏ ସମ୍ପର୍କରେ କେ ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ଯୋଗ ଯୋଗ କରିବାରୁ ମୋବାଇଲ କଲ ତଥ୍ୟ ଅଣାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.