କରବାଲୁଆରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

add-all

ଚିକିଟି : ଚିକିଟି ପେଣ୍ଠ କରବାଲୁଆ କଲ୍ୟାଣମଣ୍ଡପ ଠାରେ ମା ବାଳକୁମାରୀ ଅଟୋ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶଙ୍କର ଚିକିତ୍ସାଳୟରୁ କେମ୍ପ ମେନେଜର ନଳିନୀ ରାଉତ, ରିଟୁ ଗୌଡ଼,ସାଗର ପୂଷ୍ଟି ଓ ଚକ୍ଷୁ ଟେକ୍ନିସିଆନ କେ ପାୟଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୬୫ଜଣ ରୋଗୀଙ୍କ ଚିକିତ୍ସା ହୋଇଥିଲା ବେଳେ ୩୩ ଜଣଙ୍କୁ ମାଗଣାରେ ପରଳ ଚିକିତ୍ସା ପାଇଁ ହିଂଜିଳିକାଟୁ ନିକଟସ୍ଥ ସୋମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା ବେଳେ ଦୁଇଜଣଙ୍କୁ ଚଷମା ପ୍ରଦାନ କରାଗଲା ଓ ବାକି ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଇଛି।

ମା ବାଳକୁମାରୀ ଅଟୋ ସଂଘ ସଭାପତି ଧୋବା ବେହେରା, ସତ୍ୟ ନାରାୟଣ ପଣ୍ଡା, ଶରତ ଚନ୍ଦ୍ର ବେହେରା, ସୀମାଞ୍ଚଳ ବେହେରା, ପଦ୍ମନ ସାହୁ, କାଳିଆ ସେଠି, ରଞ୍ଜନ ବେହେରା, ପ୍ରଶାନ୍ତ ପ୍ରଧାନ, ଖରିଆଗୁଡା ହାଇସ୍କୁଲ ଶିକ୍ଷକ ବଳରାମ ବେହେରା, କରପଡା ହାଇସ୍କୁଲ ଶିକ୍ଷକ ଗୋବିନ୍ଦ ବେହେରା ଓ ଚିକିଟି ଗଡ଼ ସମାଜ ସେବୀ ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.