ବନ୍ଧାହେଲେ କଳାହାଣ୍ଡିର କୋଟିପତି କଲେଜ ଅଧ୍ୟକ୍ଷ

add-all

କଳାହାଣ୍ଡି: କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷ ଗିରଫ । ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ସରାହୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ତାଙ୍କୁ ଅଟକ ରଖାଯାଇଥିଲା । ୫ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଛି । ତେବେ ଗତକାଲି ରେଡ ବେଳେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଜବତ ହୋଇଥିଲା ।

କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ୍ ଥିବା ଜଣାପଡିଛି । ଭୁବନେଶ୍ୱରର ଡୁମଡୁମା ହାଉସିଂ ବୋର୍ଡ କଲୋନି, ଆର୍ଯ୍ୟପଲ୍ଲୀରେ ପ୍ଲଟ୍ ନଂ ଏସବି-୦୭ ରେ ଥିବା ଲାଞ୍ଜିଗଡ଼ର ବିଶ୍ୱନାଥପୁରରେ ଅବସ୍ଥିତ ଆବାସିକ ଘର, ଖୋର୍ଦ୍ଧାଠାରେ ଥିବା ତାଙ୍କର କ୍ରସର୍ ୟୁନିଟ୍, କଳାହାଣ୍ଡି ଜିଲ୍ଲା ବିଷ୍ଣୁନାଥପୁର ନିକଟ ପୋଖରୀବନ୍ଧରେ ଥିବା କ୍ରସର ୟୁନିଟ୍ ଏବଂ ବିଶ୍ୱନାଥପୁର, ହୀରାନୀଳା କଲେଜରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ାଉ ହୋଇଥିଲା ।

ସୂଚନା ଅନୁସାରେ, ବିଶ୍ୱନାଥପୁରସ୍ଥିତ ମା ହୀରାନୀଳା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୋଲିସ ହାତରେ ଧରାପଡ଼ି ଜେଲ ଯାଇଥିଲେ।

ad-week
Leave A Reply

Your email address will not be published.