ମହାନଦୀ ଗର୍ଭରେ ଦୃଶ୍ୟମାନ ହେଲା ଗୋପିନାଥ ମନ୍ଦିର

add-all

ଭାପୁର: ମହାନଦୀର ଅଥଳ ଗର୍ଭରେ ବୁଡ଼ି ଯାଇଥିବା ଗୋପିନାଥ ଦେବଙ୍କ ମନ୍ଦିର ଦଧିନଉତି ଏବେ ଦୃଶ୍ୟମାନ ହେଉଛି। ଯାହାକୁ ଦେଖିବା ପାଇଁ ଏବେ ବହୁ ଲୋକଙ୍କ ସମାଗମ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀର ଗଭୀର ଜଳରାଶିରେ। ମହାନଦୀର ଅବବାହିକା ସଭ୍ୟତା ଏକଦା ଥିଲା ଅତିବ ବୈଭବଶାଳୀ।

ପଶ୍ଚିମରୁ ସମ୍ୱଲପୁର ସୋନପୁରଠାରୁ ଆରମ୍ଭ କରି କଟକ ପର୍ଯ୍ଯନ୍ତ ମହାନଦୀ କୂଳରେ ଥିବା ଗ୍ରାମବାସୀମାନେ ନୌବାଣିଜ୍ୟ ମାଧ୍ୟମରେ ଧନସମ୍ପଦର ପ୍ରାଚୁର୍ଯ୍ଯ ଭିତରେ ଥିବା ବେଳେ ସେମାନଙ୍କ ଧାର୍ମିକ ଭାବଧାରା ମଧ୍ୟ ଥିଲା ଅତିବ ଉନ୍ନତ। ଏହାର ପ୍ରମାଣ ସ୍ୱରୂପ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମକୁ ନିଆଯାଇପାର। ପୂର୍ବରୁ ମହାନଦୀର ବନ୍ଧ ନ ଥିବାରୁ ପଦ୍ମାବତୀ ଗ୍ରାମ ଓ ଏହାର ଆରାଧ୍ୟ ଦେବତା ଗୋପିନାଥ ଦେବ ମହାନଦୀର ସ୍ରୋତରେ ବିଲିନ ହୋଇଯାଇଥିଲେ। ଏବେ ସେହି ପାଞ୍ଚ ଶହ ବର୍ଷର ବିଲିନ ହୋଇ ଯାଇଥିବା ଐତିହ୍ୟ ସମ୍ପର୍ଣ୍ଣ ଗ୍ରାମ ଓ ଗୋପିନାଥ ଦେବଙ୍କ କଥା ଓ ଗାଥାର ପ୍ରମାଣ ମହାନଦୀର ଗର୍ଭରେ ଦୃଶ୍ୟ ମାନ ମନ୍ଦିର ଚୂଡା। ମହାନଦୀରେ ଏବେ ପାଣି କମ ଥିବାରୁ ମନ୍ଦିରର ଦଧିନଉତି ଦେଖିବାକୁ ମିଳିଛି। ପ୍ରତ୍ନତାତ୍ତ୍ୱିକ ବିଭାଗ ଓ ରାଜ୍ୟ ସରକାର ବିଲିନ ହୋଇଯାଇଥିବା ଶହ ଶହ ବର୍ଷର ଐତିହ୍ୟକୁ ଅନୁସଂନ୍ଧାନ କରିବା ସହ ଅଧ୍ୟୟନ କରି ଲୋକଲୋଚନକୁ ଆଣିବା ଦରକାର ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବିକରୁଛନ୍ତି।

ad-week
Leave A Reply

Your email address will not be published.