୧୪ବର୍ଷରୁ କମ୍‌ ଜାତୀୟସ୍ତରୀୟ ରଗବୀ ଖେଳାଳୀଙ୍କୁ ପ୍ରେସକ୍ଳବ ପକ୍ଷରୁ ସମ୍ବର୍ଦ୍ଧନା

add-all

ଫୁଲବାଣୀ : ହାଇଦ୍ରାବାଦରେ ଅନୁଷ୍ଠିତ ୧୪ ବର୍ଷରୁ କମ ଖେଳାଳୀଙ୍କୁ ନେଇ ହୋଇଥିବା ଟଚ ରଗବି ପ୍ରତିଯୋଗିତାରେ କନ୍ଧମାଳ ଜିଲା ଜି. ଉଦୟଗିରିର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁନୀ ଖେଳାଳୀଙ୍କୁ ଜିଲ। ପ୍ରେସ କ୍ଲବ ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସ୍ଥାନୀୟ ପ୍ରେସ କ୍ଳବଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ବେହେରା, ଉପ ସଭାପତି ସୁନୀଲ ବିଶ୍ଵାଳ, ମିଡ଼ିଆ ଫରୋମ ସଂପାଦକ ସୂର୍ଯ୍ୟନାରାୟଣ ବେହେରା, ସାମ୍ବାଦିକ ନାରାୟଣ ସାହୁ,ସଦାଶିବ ପାତ୍ର ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଜୟସେନ ପରିଡ଼ା,ପ୍ରଶାନ୍ତ ଜେନା, ବାପି ପଟ୍ଟନାୟକ, ଶିବ ବିଶ୍ୱାଳ ପ୍ରମୁଖ ଯୋଗଦେଇ ୪ ଜଣ ଖେଳାଳୀ ବାବୁ ଦେହୁରୀ, ବିଜୟ ପ୍ରଧାନ। ଅର୍ଚିତା ପ୍ରଧାନ ଓ ମାନସୀ ପ୍ରଧାନଙ୍କୁ ଫୁଲ ତୋଡ଼ା, ପୋଷାକ ପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାବୁ ଓ ବିଜୟ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ଅର୍ଚିତା ଓ ମାନସୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଜି.ଉଦୟଗିରୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆସାର୍ଟର ମୁଖ୍ୟ ମହମ୍ମଦ ଜିଆ ଉଦିନ ଅକ୍ଲାନ୍ତ ପରିଶ୍ରମ କରି ଜିଲ୍ଲାରେ ଆଦିବାସୀ ପିଲାଙ୍କୁ ରଗବୀ ଖେଳ ତାଲିମ ଦେଇ ଜାତୀୟ ସ୍ଥରରେ ପହଞ୍ଚାଇଥିବାରୁ ସଭାପତି ସୁନୀଲ ପଟ୍ଟନାୟକ ଉଚ୍ଚ ପ୍ରସଂସା କରିବା ସହ ଫୁଲତୋଡ। ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଖେଳାଳୀମାନେ ଓଡ଼ିଶା ରଗବୀ ଏସୋସିଏସନ ପକ୍ଷରୁ ମନୋନୀତ ହୋଇ ସର୍ବ ଭାରତୀୟ ସ୍ତରରେ ଖେଳିବା ଲାଗି ହାଇଦ୍ରାବାଦ ଯାଇ ବୁଧବାର ସକାଳୁ ଫୁଲବାଣୀରେ ପହଞ୍ଚି ଜିଲାପାଳ ଡା. ବୃନ୍ଦାଡ଼ିଙ୍କୁ କାର୍ଯ୍ୟାଳୟରେ ଭେଟିଥିଲେ । ଜିଲ୍ଲାପାଳ ଖେଳାଳୀମାନଙ୍କ ସହ କଥା ହୋଇ ଖୁସୀ ବ୍ୟକ୍ତ କରିବା ସହ ଉଜ୍ଵଳମୟ ଭବିଷ୍ୟତ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଜେନା, ଦୁଃଖିଶ୍ୟାମ ପ୍ରଧାନ, ଶିଵ ନାୟକ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.