ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲା, ଦୋଷୀଙ୍କୁ ମିଳିଲା ବେଲ୍‌

youtube

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ। ୩୨ ବର୍ଷ ପରେ ଦୋଷୀ ପେରାରିଭଲନଙ୍କୁ ମିଳିଲା ବେଲ୍‌। ଏହା ସହିତ ସେପ୍ଟେମ୍ବର ୨୦୧୮ ରେ ତାମିଲନାଡୁ ସରକାରଙ୍କ ସୁପାରିଶ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟପାଳଙ୍କ ବିଫଳତା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡ ମାମଲାରେ ପେରାରିଭଲନ୍‌ ଗତ ୩୨ ବର୍ଷ ହେଲା ଜେଲ୍‌ରେ ଥିଲା। ହତ୍ୟା ମାମଲା ମୁକ୍ତ ହେବା ସୁପାରିଶକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଛନ୍ତି ଯେ, ରାଜ୍ୟପାଳଙ୍କ ଏ ବାବଦରେ କୌଣସି ବୁଦ୍ଧି ବିବେକ ଅଛି କି? ୨ ବର୍ଷ ୫ ମାସ ପରେ ରାଜ୍ୟ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ରାଜ୍ୟପାଳଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି।
ସୂଚନା ମୁତାବକ, ଟାଡା ଅଦାଲତ ଏବଂ ସୁପ୍ରିମକୋର୍ଟ ଦୋଷୀ ପେରାରିଭଲନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ପରେ କ୍ଷମା ଆବେଦନର ଶୁଣାଣିରେ ହୋଇଥିବା ବିଳମ୍ବ ଯୋଗୁଁ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ ଦଣ୍ଡାଦେଶରେ ପରିଣତ କରାଯାଇଥିଲା। ତାମିଲନାଡୁ ସରକାର ପେରାରିଭଲନଙ୍କ ଆଜୀବନ ଦଣ୍ଡାଦେଶକୁ ସମାପ୍ତ କରି ତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ପାସ୍‌ କରିଥିଲେ। ଏବେ ଏହି ମାମଲା ଦୀର୍ଘ ଦିନ ଧରି ଗଭର୍ଣ୍ଣର ଏବଂ ରାଷ୍ଟ୍ରପତିଙ୍କ ପାଖରେ ପଡି ରହିଛି। ଏହାରି ଭିତରେ ସୁପ୍ରିମକୋର୍ଟ କିନ୍ତୁ ଦୋଷୀ ପେରାରିଭଲନ୍‌ଙ୍କୁ ଜାମିନ୍‌ ଦେଇଛନ୍ତି। ତା ଆଚରଣ, ଶୈକ୍ଷିକ ଯୋଗ୍ୟତା ଏବଂ ଅସୁସ୍ଥତାକୁ ଆଧାର କରି ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଥିବା କୋର୍ଟ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ପେରାରିଭଲନ୍‌ ଏବଂ ଅନ୍ୟ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ସୁପାରିଶ ରାଜ୍ୟପାଳଙ୍କ ପାଖରେ ଲମ୍ବିତ ଅଛି। ଗତବର୍ଷ ମଧ୍ୟ ଶୁଣାଣି ବେଳେ ସୁପ୍ରିମକୋର୍ଟ ପେରାରିଭଲନ୍‌ଙ୍କ କ୍ଷମା ଆବେଦନ ରାଜ୍ୟପାଳଙ୍କ ପାଖରେ ପଡିରହିଥିବା ନେଇ ଅସନ୍ତୋଷ ଜାହିର କରିଥିଲେ।

Leave A Reply

Your email address will not be published.