ଛତ୍ର ବଜାର ବ୍ରିଜ ଭୁଷୁଡିବା ଘଟଣା: ଆରଡିସି ସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଘୋଷଣା

add-all

କଟକ: ଓଡିଶାର କଟକ ସ୍ଥିତ ପୁରୁଣା ଛତ୍ର ବଜାର ବ୍ରିଜର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଘୋଷଣା କରିଛନ୍ତି।

ଆହତମାନଙ୍କୁ ଶୀଘ୍ର ଚିକିତ୍ସା ପାଇଁ ଶୀଘ୍ର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଭାଗ୍ୟଜନକ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ କଟକ ସହରର ଛତ୍ର ବଜାର ଏବଂ ମାଲଗୋଦାମକୁ ସଂଯୋଗ କରୁଥିବା ବ୍ରିଜର ଏକ ଅଂଶ ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତକଙ୍କ ପରିଚୟ ଏପଈର୍ଯ୍ୟନ୍ତ ଜଣାପଡି ନ ଥିବାରୁ ସେତୁରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି। ଖବର ପାଇ ଓଡ୍ରାଫ୍‌ର ଏକ ଟିମ୍ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ad-week
Leave A Reply

Your email address will not be published.