ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ

add-all

ବାଲିଗୁଡ଼ା: ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଛନ୍ତି । ଏହି ୪ ଦୁର୍ବୃତ୍ତ ହେଉଛନ୍ତି ରାଇକିଆ ଥାନାର ସିସାପାଙ୍ଗା ଗ୍ରାମର ଅଭୟ ଦିଗାଲ (୨୧),ଜଗନ ପ୍ରଧାନ (୨୨) ଲାମ୍ବୁଙ୍ଗିଆ ଗ୍ରାମର ନାରାୟଣ ପ୍ରଧାନ (୩୭) ଓ ଆଦିତ୍ୟ ନାୟକ (୨୧)।

ସୂଚନାନୁଯାୟୀ, ଏହି ୪ ଜଣ ଦୁର୍ବୃତ୍ତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ କାଟି ନେବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ। ଗ୍ରାମରକ୍ଷୀଙ୍କ ଠାରୁ ଖବର ପାଇ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ, ଏସଆଇ କୃଷ୍ଣ ଚନ୍ଦ୍ର ଗୈାଡ, ଏଏସଆଇ ଜି. ଗଣପତି ରେଡି ଓ କେଶବ ଭାଦ୍ରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ କାଠ ଓ ବାଇକ ଜବତ କରିଥିଲେ।

ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଦୁବୃର୍ତ୍ତମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ନାମରେ IPC ଧାରା ୩୭୯/ ୩୪ ଲଗାଇ ୨୪/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ।

ad-week
Leave A Reply

Your email address will not be published.