ଆସନ୍ତା ୨୬ରେ ଭୁବନେଶ୍ୱର ବାର ନିର୍ବାଚନ, ସଭାପତି ପାଇଁ ମୈଦାନରେ ୫ ପ୍ରାର୍ଥୀ

add-all

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବାର ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ଓ ସାଧାରଣ ସମ୍ପାଦକ ପଦ ଲାଗି ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବରିଷ୍ଠ ଓକିଲ ନିର୍ମଳ କିଶୋର ରଥ, ତୁଷାରକାନ୍ତି ମହାପାତ୍ର, ପ୍ରମୋଦ କୁମାର ପଟ୍ଟନାୟକ, ରବି ନାରାୟଣ ସାମନ୍ତରାୟ, ଶିବ ପ୍ରସାଦ ସିଂହ ପ୍ରମୁଖ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି

ସେହିପରି ଉପସଭାପତି ପଦ ପାଇଁ ଅଭିମନ୍ୟୁ ସ୍ୱାଇଁ, ଅଞ୍ଜନ କୁମାର ସାମନ୍ତରାୟ ମୈଦାନକୁ ଓହ୍ଲାଇଛନ୍ତି । ସାଧାରଣ ସମ୍ପାଦକ ପଦ ପାଇଁ ବିଶ୍ୱ ନାରାୟଣ ମହାନ୍ତି, ରାଜ କିଶୋର ଦାସ, ତପନ କୁମାର ହରିଚନ୍ଦନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କୋଷାଧ୍ୟକ୍ଷ ପଦ ପାଇଁ ଦିବାକର ମିଶ୍ର, ଜଗଦୀପ ବେହେରା, ମନେଶ କୁମାର ନାୟକ, ରଶ୍ମିଜିତ କେଶରୀ ପ୍ରାର୍ଥୀ ହୋଇଛନ୍ତି ।

ad-week
Leave A Reply

Your email address will not be published.