ସ୍କୁଟିରୁ ଖସି ପଡିଲେ ଯୁବତୀ, ବସ୍ ଚକା ତଳେ ଚାଲିଗଲା ଜୀବନ

add-all

ଚୌଦ୍ଵାର: ସ୍କୁଟିରୁ ଖସି ପଡିଲେ ଯୁବତୀ। ବସ୍ ଚକା ତଳେ ଚାଲିଗଲା ଜୀବନ। ମଙ୍ଗୁଳି ସ୍ଥିତ ବିରୂପା ବ୍ରିଜ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଜଣେ ଯୁବତୀ ନିଜ ସ୍କୁଟି ଯୋଗେ କଟକ ସ୍ଥିତ ଅରୁଣୋଦୟ ମାର୍କେଟରେ ଥିବା ଅଫିସ୍‌କୁ ଯିବା ସମୟରେ ମଙ୍ଗୁଳି ସ୍ଥିତ ବିରୂପା ବ୍ରିଜ୍ ଉପରେ ସ୍କୁଟିରୁ ଖସି ପଡିଥିଲେ।

ଏହି ସମୟରେ ଚଣ୍ଡିଖୋଲରୁ କଟକ ଆସୁଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ad-week
Leave A Reply

Your email address will not be published.