କଇଁଛ ଚୋରା ଚାଲାଣ କରୁଥିବା ରାକେଟ ଠାବ, ଦୁଇ ଗିରଫ

add-all

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଭିନ୍ନ ପଶୁ ପକ୍ଷୀଙ୍କ ଚୋରା ଚାଲଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଜି ମାଲକାନଗିରି ଜିଲ୍ଲାର ଏମଭି ୭୯ ଗ୍ରାମରୁ ପ୍ରାୟ ୨୫ ଜୀବନ୍ତ କଇଁଛ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ୱୟ ଏମପିଭି ୮୧ ଗ୍ରାମର ପ୍ରକାଶ ତର୍କଦାର ଏବଂ ଅଭିଜିତ୍ ବାଲା ବୋଲି ଜଣା ପଡିଛି।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏମଭି ୭୯ ଜଙ୍ଗଲ ଅଧିକାରୀମାନେ ଏମଭିପି-୮୧ ଗାଁରେ ଚଢାଉ କରି କଇଁଛମାନଙ୍କୁ ଉଦ୍ଧାର କରିବା ସହିତ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଞ୍ଚଳର ବନ ସହ ଅଧିକାରୀ କହିଛନ୍ତି, ‘ସମସ୍ତ କଇଁଛମାନେ ସଠିକ୍ ଯାଞ୍ଚ କରିବା ପରେ ମାଲକାନଗିରି ଜଳଭଣ୍ଡାରକୁ ଛାଡ଼ି ଦିଆଯିବ।

ଖବର ଅନୁସାରେ ମାଲକାନଗିରି ଜିଲ୍ଲାର ବଙ୍ଗଳା ସମ୍ପ୍ରଦାୟର ଲୋକମାନେ କଇଁଛ ଖାଇବାକୁ ପସନ୍ଦ କରନ୍ତି। ସେହିପରି ରାଜ୍ୟରୁ କଇଁଛ ଚାଲାଣ ଅନ୍ୟ ରାଜ୍ୟକୁ ବ୍ୟାପିଥିବା ସୂଚନା ମଧ୍ୟ ମିଳିଛି । କଇଁଛ ଚାଲାଣକାରୀମାନେ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରୁ ମାଲକାନଗିରି ପର୍ଯ୍ୟନ୍ତ ଚୋରା ଚାଲାଣ କରୁଛନ୍ତି ବୋଲି କୁହାଯାଉଛି ।

ad-week
Leave A Reply

Your email address will not be published.