ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ

add-all

ଭୁବନେଶ୍ୱର: ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୨ ଏବଂ ସମ୍ବଲପୁର ୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଜପତିରୁ ୧୪,ବାଲେଶ୍ୱର ୧୨, ଝାରସୁଗୁଡ଼ା ୧୨, କଟକ ୯, ଅନୁଗୋଳ ୮, କେନ୍ଦ୍ରାପଡ଼ା ୮, ମୟୂରଭଞ୍ଜ ୮, କୋରାପୁଟ ୫, ବଲାଙ୍ଗୀର ୩, ଗଞ୍ଜାମ ୩, ଯାଜପୁର ୩, ମାଲକାନଗିରି ୩, କନ୍ଧମାଳ ୨, ନୂଆପଡ଼ା ୨, ବରଗଡ଼ ଏବଂ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୬।

ad-week
Leave A Reply

Your email address will not be published.