ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

add-all

ଜଗତସିଂହପୁର : ଜିଲ୍ଲାର ପାରାଦୀପ ପୋର୍ଟ ମେଡ଼ିକାଲର ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ସନ୍ଦେହ ଜନକ ଭାବେ ମୃତ୍ୟୁବରଣ କରିଥିବା ଷ୍ଟାଫନର୍ସ ନିବେଦିତା ଜେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ମେଡ଼ିକାଲ ଭିତରକୁ ଧସେଇ ପଶି ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ଗତ 8ମାସ ତଳେ ପାରାଦୀପ ପୋର୍ଟ ମେଡ଼ିକାଲରେ ଷ୍ଟାଫ ନର୍ସ ନିବେଦିତା ଜେନା ଡ୍ୟୁଟି କରୁଥିବା ସମୟରେ ସେହି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି (ରବିବାର) ହଠାତ ନିବେଦିତାଙ୍କର ସନ୍ଦେହ ଜଣକ ଭାବେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନିବେଦିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.