ପ୍ରଧାନମନ୍ତ୍ରୀଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ଯୋଗୀ

add-all

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ଦିନ ପରେ ଆଜି ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି।
ଏହି ସାକ୍ଷାତକାର ବେଳେ ଉତ୍ତର ପ୍ରଦେଶରେ ବିଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ମିଳିଥିବା ସୂଚନା ଅନୁଯାୟୀ, ଏହି ସାକ୍ଷାତକାର ଅବସରରେ ନିଜ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।
ଯୋଗୀ ଆଦିତ୍ୟନାଥ ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଉତ୍ତର ପ୍ରଦେଶରେ ଗତ ୩୭ ବର୍ଷରେ ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ନିଜର ୫ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିବା ପରେ ପୁନର୍ବାର କ୍ଷମତାକୁ ଫେରିଛନ୍ତି।
ଏଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୨୫୫ଟି ଆସନ ଜିତିଛି। ଏହା ସହିତ ମେଣ୍ଟ କରିଥିବା ଆପ୍‌ନା ଦଲ୍‌ (ଏସ୍‌) ଓ ନିଶଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ହାତେଇଛନ୍ତି।

ad-week
Leave A Reply

Your email address will not be published.