ହାରିଗଲେ ନିର୍ବାଚନ, ବିଷ ପିଇ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

add-all

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜିତ ହେବା ପରେ ଜୀବନ ହାରିଦେଲେ ପ୍ରାର୍ଥୀନୀଙ୍କ ସ୍ବାମୀ । ସେପଟେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି । ଭଦ୍ରକ ଜିଲ୍ଲା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ନିର୍ବାଚନ ହାରିଲେ ବୋଲି ଜୀବନ ହାରିଦେଲେ ପ୍ରାର୍ଥିନୀଙ୍କ ସ୍ବାମୀ, ପ୍ରାର୍ଥିନୀ ବିଷ ପିଇ ଗୁରୁତର

ପଦ୍ମପୁର ପଞ୍ଚାୟତର ସୁମତି ପରିଡ଼ା ସମିତିସଭ୍ୟା ଭାବେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ । ସୁମତିଙ୍କ ସ୍ବାମୀ ରମାକାନ୍ତ ପରିଡ଼ା, ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସମୟରେ ସମର୍ଥକଙ୍କ ସହ ବଚସା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ଘରେ ଦଉଡି଼ ଦେଇ ଦେଇଥିଲେ । ଏଥିର ମ୍ରିୟମ୍ରାଣ ହୋଇ ସୁମତି ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲେ ଭର୍ତ୍ତି କରାଯାଇଥିଲେ ସେଠାରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ସୁମିତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ad-week
Leave A Reply

Your email address will not be published.