ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର

add-all

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସହରାଞ୍ଚଳରେ ରାଜନୈତିକ ମାହୋଲ ସରଗରମ ରହିଛି । ସୋମବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାପଲ୍ଲୀ ପୋଲିସ ସୀମା ଅନ୍ତର୍ଗତ ଇସ୍କନ୍ ବସ୍ତି ଅଞ୍ଚଳରେ ଦୁଇ ଗୋଷ୍ଠୀ ଖଣ୍ଡା ଏବଂ ଧାରୁଆ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ରାଜଧାନୀରେ ଆଜି ଦୁଇ ଗୋଷ୍ଠୀ ପରସ୍ପର ମାରପିଟ୍ ଲାଗିଥିଲେ। ସେମାନେ ତୀକ୍ଷ୍ଣ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରିଥିଲେ। ସେହି ଅନୁଯାୟୀ, ସେମାନଙ୍କ ମଧ୍ୟରୁ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିଲେ।

ସୂଚନା ପାଇବା ପରେ ନୟାପଲ୍ଲୀ ପୋଲିସ ଷ୍ଟେସନରୁ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ସଂଘର୍ଷର କାରଣ ପାରିବାରିକ କଳହ ବୋଲି କୁହାଯାଉଛି। ନୟାପଲ୍ଲୀ ପୋଲିସ ଷ୍ଟେସନରେ ପଚରାଉଚରା ପାଇଁ ୬ ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ମାମଲାର ଅଧିକ ତଦନ୍ତ ଚାଲିଛି।

ad-week
Leave A Reply

Your email address will not be published.