‘କଂଗ୍ରେସ ଛାଡ଼ନ୍ତୁ ଗାନ୍ଧୀ ପରିବାର’

add-all

ନୂଆଦିଲ୍ଲୀ: ଗାନ୍ଧୀ ପରିବାର କଂଗ୍ରେସ ଗାଦିରୁ ହଟିଯିବା ଦରକାର। ଅନ୍ୟମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିବା ବେଳେ କପିଲ ସିବଲ କିନ୍ତୁ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ ।
କଂଗ୍ରେସର ବିପର୍ଯ୍ୟୟ ପରେ ଚାଲିଛି ମାନସ ମନ୍ଥନ। କାହିଁକି ହାରିଲା ଦଳ, ତାହାର କାରଣ ଖୋଜା ଚାଲିଛି। ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ମୁହଁ ମାଡ଼ି ପଡ଼ିଥିବା ବେଳେ ଗାନ୍ଧୀ ପରିବାର ସଦସ୍ୟଙ୍କୁ ପାର୍ଟି ନେତୃତ୍ୱ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ ।
ଏନେ ସିବଲ କହିଛନ୍ତି, ଗାନ୍ଧୀ ପରିବାର କଂଗ୍ରେସର ଗାଦିରୁ ହଟିଯିବାର ଏହା ହେଉଛି ପ୍ରକୃତ ସମୟ। ନିଜ ଇଚ୍ଛାରେ ସେମାନେ କ୍ଷମତାରୁ ଦୂରେଇ ଯିବା ଆବଶ୍ୟକ । ଗାଦି ଛାଡ଼ି ସେମାନେ ଜଣେ ନୂଆ ନେତା ପାଇଁ ରାସ୍ତା ପରିଷ୍କାର କରିବା ଉଚିତ । କାରଣ ତାଙ୍କ ଦ୍ୱାରା ଗଢ଼ା ଯାଇଥିବା ଟିମ୍‌ ଏପରି ଉପଦେଶ କେବେ କି ଗାନ୍ଧୀ ପରିବାର ସଦସ୍ୟଙ୍କୁ ଦେବନି।
ଏଥିସହ ସେ କହିଛନ୍ତି, ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ମୋତେ ଜମା ଆଶ୍ଚର୍ଯ୍ୟ କରିନି। କେବଳ ସେତିକି ନୁହେଁ, CWC ସୋନିଆଙ୍କ ନେତୃତ୍ୱ ଉପରେ ବିଶ୍ୱାସ ଜାହିରି କରିବା ଘଟଣା ବି କିଛି ଚକିତ କରିବା ପରି ଘଟଣା ନୁହେଁ। କିନ୍ତୁ CWC ବାହାରେ ଥିବା କଂଗ୍ରେସ ନେତାମାନଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ । CWC ବାହାରେ ମଧ୍ୟ ଏକ କଂଗ୍ରେସ ଅଛି । ତେଣୁ ଦୟା କରି ସେମାନଙ୍କ ଚିନ୍ତାଧାରା, ମତାମତକୁ ବି ଶୁଣିବା, ଗୁରୁତ୍ୱ ଦେବା ଆବଶ୍ୟକ ।
CWC ଭାରତରେ କଂଗ୍ରେସ ପାର୍ଟିର ପ୍ରତିନିଧିତ୍ୱ କରୁଛି। କିନ୍ତୁ ଏହା ଠିକ୍‌ ନୁହେଁ। ସମଗ୍ର ଦେଶରେ ବହୁତ କଂଗ୍ରେସ ରହିଛି। ଯେପରି କେରଳରେ, ଆସାମରେ, ଜମ୍ମୁ କଶ୍ମୀରରେ, ମହାରାଷ୍ଟ୍ରରେ, ଉତ୍ତରପ୍ରଦେଶରେ, ଗୁଜରାଟରେ ଥିବା କଂଗ୍ରେସ ଟିମ୍‌ ଏପରି ମତାମତ ଦେଉ ନାହାନ୍ତି । ମୁଁ କାହା ତରଫରୁ କହୁ ନାହିଁ। ଏହା ମୋର ନିଜ ବିଚାର। କାରଣ ଆଜି ମୋତେ ଘରୋଇ କଂଗ୍ରେସ ନୁହେଁ, ସମସ୍ତଙ୍କ କଂଗ୍ରେସ ଦରକାର। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସସମସ୍ତଙ୍କ କଂଗ୍ରେସ ପାଇଁ ଲଢ଼େଇ ଜାରି ରଖିବି।

ad-week
Leave A Reply

Your email address will not be published.