ଚୀନରେ ପୁଣି କରୋନା ବିସ୍ଫୋରଣ, ୧ କୋଟିରୁ ଅଧିକ ଲୋକ ଗୃହବନ୍ଦି

add-all

ବେଜିଂ: ଚୀନ୍‌ରେ ପୁଣି ଫୁଟିଲା କରୋନା ବୋମା। ଦ୍ରୁତ ଗତିରେ ମାଡିଲା ମହାମାରୀ। ଚୀନରେ ଦିନକ ମଧ୍ୟରେ ସର୍ବାଧିକ ୫୨୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭଠାରୁ ଏଯାବତ୍ ଏଠାରେ ଏହା ହେଉଛି ସର୍ବାଧତ୍କ ଦୈନିକ ପଜିଟିଭ ସଂଖ୍ୟା।
ଏନ୍‌ଏଚ୍‌ସି ଅନୁସାରେ, ଏଠାରେ କରୋନାର ଓମିକ୍ରନ୍‌ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚୀନର ପୂର୍ବୋତ୍ତର ଅଞ୍ଚଳ ଜିଲିନ୍‌ରୁ ସର୍ବାଧିକ ୩୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ଜିରୋ କୋଭିଡ ଟଲରାନ୍ସ ନୀତି ଆପଣାଇଛି। ଚୀନ୍‌ର ଟେକ୍‌ ହବ୍‌ କୁହାଯାଉଥିବା ସହର ସେନଝେନ ସମେତ ୧୦ଟି ସହରରେ ଲକଡାଉନ୍‌ ଲାଗୁ କରିଛି ଚୀନ୍‌। ବିଗତ ଦିନରେ ସେନଝେନରୁ ୭୫ଟି କରୋନା ମାମଲା ସାମ୍ନାକୁ ଆସିଥିଲା।
ସେପଟେ ଲକଡାଉନ୍‌ ଯୋଗୁଁ ପ୍ରାୟ ୧ କୋଟି ୭୦ ଲକ୍ଷ ଲୋକ ନିଜ ଘରେ କଏଦ ହୋଇଛନ୍ତି। ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବା ଦେଖି ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ଅନେକ କଟକଣା ଲାଗୁ କରାଯାଇଛି। ଶାଙ୍ଘାଇରେ ସ୍କୁଲ କଲେଜ ସବୁ ବନ୍ଦ କରାଯାଇଛି।
ସେପଟେ ଚୀନ୍‌ରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଜିଲିନ୍‌ ସହରରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି। ଏହି ହସ୍ପିଟାଲରେ ୬ ହଜାର ବେଡ୍‌ ସୁବିଧା ଅଛି। କରୋନାର ସଂକ୍ରମଣକୁ ରୋକିବା ପାଇଁ ଚୀନ୍‌ ଅନେକ କଡା ପଦକ୍ଷେପ ନେଉଛି। ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ ଚାଲିଛି। ଛୋଟ ଛୋଟ ସହର ଗୁଡିକରେ ମଧ୍ୟ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରାଯାଇଛି।
ତେବେ ହଙ୍ଗକଙ୍ଗରେ କିନ୍ତୁ କରୋନା ମାମଲା ବେଲଗାମ ହୋଇଛି। ଏଠାରେ ରବିବାର ଦିନ ୩୨,୦୦୦ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ କଡା ରଣନୀତି ଆପଣାଇବାକୁ ସେଠାକାର ସରକାର ସଙ୍କେତ ଦେଇଛନ୍ତି।

ad-week
Leave A Reply

Your email address will not be published.