ସବୁ କରୋନା କଟକଣାକୁ ହଟାଇ ଦେଲେ ପଞ୍ଜାବ ସରକାର

add-all

ଚଣ୍ଡିଗଡ଼: କ୍ରମାଗତ ଭାବେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପଞ୍ଜାବ ସରକାର ରାଜ୍ୟରେ ବଳବତ୍ତର ରହିଥିବା ସମସ୍ତ ପ୍ରକାରର କଟକଣା ହଟାଇ ଦେଇଛନ୍ତି। ଏହି ନିୟମ ତତ୍କାଳ ଭାବେ ଲାଗୁ କରାଯାଇଛି। ତେବେ ସରକାର ସମସ୍ତଙ୍କୁ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
ପଞ୍ଜାବ ସରକାରଙ୍କ ଗୃହ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମା ଗୋଟିଏ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ “ସଂକ୍ରାମକ ରୋଗ ଆଇନ ୧୯୮୭ର ସେକସନ ୨ରେ ଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ତତ୍କାଳ ଭାବେ ସମସ୍ତ ପ୍ରକାରର କରୋନା କଟକଣାକୁ ହଟାଇ ଦେଇଛନ୍ତି। ତେବେ ଲୋକମାନେ ସଂକ୍ରମଣ ରୋକିବା ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଅବଲମ୍ବନ କରିବେ।” ଏହି ନିର୍ଦ୍ଦେଶନାମାକୁ ପଞ୍ଜାବର ସମସ୍ତ ଜିଲ୍ଲାପାଳ ଓ ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଛି।
ସୋମବାର ପଞ୍ଜାବରେ ୪୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ହେଲେ କାହାର ବି ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିନାହିଁ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମସ୍ତ ପ୍ରକାରର କଟକଣା ହଟାଇ ଦେଇଛନ୍ତି।

ad-week
Leave A Reply

Your email address will not be published.