ଦେଶରେ ପ୍ରାୟ ୫.୩ ଲକ୍ଷ ପୁଲିସ ପଦବୀ ଖାଲି, କେବଳ ଉତ୍ତରପ୍ରଦେଶରେ ଖାଲି ଅଛି ୧ ଲକ୍ଷରୁ ଅଧିକ ପଦବୀ

add-all

ନୂଆଦିଲ୍ଲୀ: ସମଗ୍ର ଦେଶର ବିଭିନ୍ନ ପୁଲିସ ଷ୍ଟେସନରେ ପ୍ରାୟ ୫.୩ ଲକ୍ଷ ପଦବୀ ଖାଲି ଅଛି। ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଦ୍ଵାରା ସଙ୍କଳିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୨୬ ଲକ୍ଷ ୨୩ ହଜାର ୨୨୫ ପୁଲିସ ପଦବୀ ଅଛି। କିନ୍ତୁ ଏବେ ୨୦ ଲକ୍ଷ ୯୧ ହଜାର ୪୮୮ ଜଣ ପୁଲିସ ହିଁ ପଦବୀରେ ଅଛନ୍ତି। ୧ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ୫ ଲକ୍ଷ ୩୧ ହଜାର ୭୩୭ ପଦ ଖାଲି ରହିଛି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଏବିଷୟରେ ସୂଚନା ଦେଇଛନ୍ତି। ସାଂସଦ ଡକ୍ଟର ଟି.ଆର୍. ପରିବେନ୍ଦ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ନିତ୍ୟାନନ୍ଦ ରାୟ ଏହି ଉତ୍ତର ଦେଇଥିଲେ।

ଏହି ସବୁ ଖାଲି ପଡିଥିବା ପଦବୀକୁ ଭରିବା ପାଇଁ କରାଯାଇଥିବା ଉଦ୍ୟମ ଓ ଏହି ସବୁ ପଦବୀକୁ କେବେ ସୁଦ୍ଧା ଭରାଯିବ, ଏହାର ଉତ୍ତରରେ ନିତ୍ୟାନନ୍ଦ ରାୟ କହିଥିଲେ, ପୁଲିସ ଭାରତୀୟ ସମ୍ବିଧାନର ସପ୍ତମ ଅୁନୁସୂଚୀର ସୂଚୀ-୨ରେ ଆସୁଥିବା ଏହା ରାଜ୍ୟର ବିଷୟ ଅଟେ। ଏହା ରାଜ୍ୟ ସରକାରଙ୍କ ଦାୟିତ୍ଵ ଯେ ସେମାନେ ନିଜ ନିଜ ରାଜ୍ୟରେ ପୁଲିସ ବଳରେ ଖାଲିଥିବା ପଦବୀ ଗୁଡିକୁ ପୂରଣ କରିବେ। ଉତ୍ତରପ୍ରଦେଶରେ ୧ ଲକ୍ଷରୁ ଅଧିକ ପୁଲିସ ପଦବୀ ଖାଲି ଅଛି। ପଶ୍ଚିମବଙ୍ଗରେ ୫୫ ହଜାର ୨୯୪ ଓ ବିହାରରେ ୪୭ ହଜାର ୯୯ ପୁଲିସ ପଦବୀ ଖାଲି ଅଛି।

ad-week
Leave A Reply

Your email address will not be published.