ଯୁବ ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ- ଅଞ୍ଚଳରେ ଶୋକର ଛାୟା

add-all


ଚିକିଟି : ଚିକିଟି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ରାଜେଶ ଆଚାରିଙ୍କ ଖୁବ କମ ବୟସ ରେ ସ୍ୱାସ୍ଥ୍ୟଗତ କାରଣ ରୁ ଦେହାନ୍ତ ହୋଇଛି। ସେ ଛାତ୍ର ବତ୍ସଳ,ଆଦର୍ଶ,ଉତ୍ତମ ଶିକ୍ଷକ ଏବଂ ସବୁ ବର୍ଗର ଲୋକଙ୍କ ଶହ ମିଶି ଆତ୍ମୀୟତା ବଢେଇବାରେ ସିଦ୍ଧ ହସ୍ତ ଥିଲେ। 34 ବର୍ଷୀୟ ରାଜେଶ ଦୀର୍ଘ ଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲେ ଏବଂ ସୋମବାର ମଧ୍ୟ ରାତ୍ରରେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ମେଡ଼ିକାଲ ନେବା ରାସ୍ତା ରେ ଜୀବନ ଦୀପ ଲିଭି ଯାଇଥିଲା।

ତାଙ୍କ ଦେହାନ୍ତ ରେ ଚିକିଟି ମହାବିଦ୍ୟାଳୟ ସ୍ତବ୍ଧ ହୋଇଥିବା ବେଳେ ସମସ୍ତେ ଦୁଃଖ ରେ ଭାଙ୍ଗି ପଡି ତାଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ 2 ମିନିଟ ନିରବ ପ୍ରାର୍ଥନା କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ପରିବାର, ବନ୍ଧୁ ବର୍ଗ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ବିଦାୟ ଦେଇଥିଲେ।ତେବେ ରାଜେଶ ଙ୍କ ସ୍ନେହ ପାଇଥିବା ଛାତ୍ରଛାତ୍ରୀ, ସାଙ୍ଗ ସାଥୀ, ବୁଦ୍ଧିଜୀବୀ ସହିତ ଅନ୍ୟାନ୍ୟ ଗ୍ରାମବାସୀମାନେ ତାଙ୍କ ମୃତ୍ୟୁ ରେ ଶୋକ ପ୍ରକାଶ କରିବା ସହିତ ଏକ ଯୁବ ଆଦର୍ଶ ଯୁଗ ର ଅବସାନ ଘଟିଲା କହି ଅମର ଆତ୍ମା ର ସଦ୍ଗତି କାମନା ସହିତ ଶୋକ ସନ୍ତପ୍ତ ପରିବାର କୁ ସମାବେଦନ ଜଣେଇଛନ୍ତି।

ad-week
Leave A Reply

Your email address will not be published.