ପୌର ନିର୍ବାଚନକୁ ନେଇ ଚିକିଟି ସହର ଚଳ ଚଞ୍ଚଳ…

add-all

ଚିକିଟି-ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ଦିନକୁ ଦିନ ସହରରେ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି।ତେବେ ଚିକିଟି ପୌରପରିଷଦରେ ଚଳିତ ନିର୍ବାଚନ ପାଇଁ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ମାନଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିବା ସହ ସମସ୍ତ ପାର୍ଥିଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିଜେ ଓ ଦଳ ପକ୍ଷରୁ ନିବେଦନ କରାଯାଇଛି।ଏହି ପରିପେକ୍ଷିରେ ଆଜି ବିଧାୟିକା ପ୍ରଥମେ ଚିକିଟି କରବାଲୁଆ ସ୍ଥିତ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ।ସେଠାରେ କର୍ମୀ ମାନଙ୍କ ତରଫରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ବକ୍ସିବଜାର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା।ପ୍ରତି ବଜାର ଛକର ସ୍ଥାନେ ସ୍ଥାନେ ଲୋକେ ବିଧାୟକଙ୍କ ସମେତ ସମସ୍ତ ପାର୍ଥୀ ଙ୍କୁ ଫୁଲ ମାଳ ଓ ତଡ଼ା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ବିଧାୟିକାଙ୍କ ଏଭଳି କାର୍ଯ୍ୟକ୍ରମ ରେ ଦଳୀୟ କର୍ମୀ ମହଲରେ ଉତ୍ସାହ ଦେଖା ଦେଇଛି।ସଂପୂଣ୍ଣ ଯାତ୍ରା ରେ ଯୁବ ସଙ୍ଗଠକ ରଘୁନନ୍ଦନ ପାଇଁ ଯୁବ ପିଢୀଙ୍କ ନାରବାଜି ସାଙ୍ଗକୁ ଅତୁଳନୀୟ ଅବଦାନ ଦେଖିବାକୁ ମିଳିଛି।ଏହି ପ୍ରଚାରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, ଯୁବ ଆଇକନ ଚିନ୍ମୟା ନନ୍ଦ ଶ୍ରୀ ରୂପ ଦେଓ, ଧର୍ମା ସାହୁ, ପ୍ରଶାନ୍ତ ସାହୁ,ମାର୍କଣ୍ଡ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବିଶ୍ୱନାଥ ରାଉଳ, ଆନନ୍ଦ ରାଓ ସୁବୁଦ୍ଧି,ଭାଗୀରଥି ପାଣିଗ୍ରାହୀ, ଅକ୍ଷୟ ସାହୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ ସାହୁ, ଶ୍ରୀଧର ସାହୁ, ସଦାନନ୍ଦ ସାହୁ, ସଚ୍ଚିଦାନନ୍ଦ ପାତ୍ର, ସତ୍ୟବାନ ସାହୁ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ପାର୍ଥୀ ଉପସ୍ଥିତି ଥିଲେ।

ad-week
Leave A Reply

Your email address will not be published.