ଦୁର୍ନୀତିକୁ ରୋକିବା ପାଇଁ ହେଲ୍ପ ଲାଇନ ନମ୍ବନ ଜାରି କରିବେ ମାନ୍‌

add-all

ଚଣ୍ଡିଗଡ଼: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓନ୍ତ ମାନ। ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମାନ। ଏବେ ସେ ଦୁର୍ନୀତିକୁ ରୋକିବା ପାଇଁ ଗୋଟିଏ ହେଲ୍ପ ଲାଇନ ନମ୍ବନ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ୨୩ରୁ ଏହି ନମ୍ବରଟି ଲୋକଙ୍କ ପାଇଁ କାର୍ଯ୍ୟକ୍ଷମ ହେବ। ସେ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି।
ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମାନ ଟ୍ୱିଟ କରି କହିଛନ୍ତି, “ଭଗତ ସିଂହଙ୍କ ସିହିଦ ଦିବସ ଦିନ ଠାରୁ ଆମେ ଦୁର୍ନୀତି ବିରୋଧୀ ହେଲ୍ପ ଲାଇନ ନମ୍ବର ଜାରି କରିବୁ। ଉକ୍ତ ହେଲ୍ପ ଲାଇନ ନମ୍ବରଟି ମୋର ପର୍ସନଲାଲ ହ୍ୱାଟସଆପ ନମ୍ବର ହେବ। ଯଦି କେହି ଆପଣଙ୍କୁ ଲାଞ୍ଚ ମାଗିବେ, ତା’ହେଲେ ତା’ର ଭିଡିଓ/ ଅଡିଓ ରେକର୍ଡ କରି ମୋତେ ପଠାଇ ଦେବେ। ଭ୍ରଷ୍ଟାଚାର ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଞ୍ଜାବରେ ଏଣିକି ଭ୍ରଷ୍ଟାଚାର ଚଳିବ ନାହିଁ।”
ମାନଙ୍କ ଏହି ଟ୍ୱିଟକୁ ଆପ୍‌ ଆବାହନ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରି-ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ପଞ୍ଜାବର ଲୋକଙ୍କୁ ବହୁତ ବହୁତ ଶୁଭେଚ୍ଛା। ଏବେ ପଞ୍ଜାବରେ ଆଉ ଲାଞ୍ଚଖୋର ଚଳିବ ନାହିଁ।”
ଧୂରୀ ଆସନରୁ ଜିତିଥିବା ମାନ ଶପଥ ପାଠ କରିବା ବେଳେ ମଧ୍ୟ ଦୁର୍ନୀତି ବିରୋଧରେ ଆପ୍‌ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମାନ କହିଛନ୍ତି, “୯୯% ଲୋକ ସଚ୍ଚୋଟ। କିନ୍ତୁ ୧% ଲୋକଙ୍କ ପାଇଁ ପୂରା ବ୍ୟବସ୍ଥା ବିଶୃଙ୍ଖଳିତ ହେଉଛି। ମୁଁ ସବୁବେଳେ ସ୍ୱଚ୍ଛ ଅଫିସରଙ୍କ ସହ ରହିଛି। ପଞ୍ଜାବରେ ଆଉ ଲୁଟ କରିବାକୁ ଦିଆଯିବ ନାହିଁ। କୌଣସି ମନ୍ତ୍ରୀ ସାପ୍ତାହିକ ବଟି ପାଇଁ କୌଣସି ଅଧିକାରୀଙ୍କୁ ହଇରାଣ କରିପାରିବେ ନାହିଁ।”

ad-week
Leave A Reply

Your email address will not be published.