ଆସନ୍ତା ୨୨ ତାରିଖରୁ ଧଉଳି-କଳିଙ୍ଗ ମହୋତ୍ସବ

add-all

ଭୁବନେଶ୍ୱର: ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ୱର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆର୍ଟ ଭିଜନ ସହଯୋଗରେ ଧଉଳି ପାହାଡର ପାଦ ଦେଶରେ ପ୍ରତି ବର୍ଷ ଫେବୃୟାରୀ ମାସରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧଉଳି-କଳିଙ୍ଗ ମହୋତ୍ସବ ଚଳିତି ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ଅଷ୍ଟାଦଶ ଧଉଳି-କଳିଙ୍ଗ ମହୋତ୍ସବ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ଧଉଳି-କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରିବେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ରଖି ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରାଯିବ । ଚଳିତ ବର୍ଷର ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଓ ପୂର୍ବତନ କୁଳପତି ପ୍ରଫେସର ଶୀମତୀ ପ୍ରିୟମ୍ବଦା ମହାନ୍ତିଙ୍କୁ ଏହି ସମ୍ମାନ ପାଇଁ ମନୋନିତ କରାଯାଇଛି । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ୱାରା ୨୦୧୬ ମସିହାରୁ ପ୍ରଦାନ କରାଯାଉଥିବା ‘ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ ପାଇଁ ଚଳିତ ବର୍ଷ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟଗୁରୁ ଦୂର୍ଗାଚରଣ ରଣବୀର, ପ୍ରଥିତଯଶା ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ଓ ବିଶିଷ୍ଟ ସଂସ୍କୃତ ବିଷାରଦ ନିତ୍ୟାନନ୍ଦ ମିଶ୍ର, ଓ କବି ଏବଂ ସୁଦୂର ଆମେରିକାରେ ଓଡିଶୀକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିବା ସୋମଦତ୍ତ ବେହୁରାଙ୍କୁ ଚୟନ କରାଯାଇଛି । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ ।

ad-week
Leave A Reply

Your email address will not be published.