ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୮ କରୋନା ଆକ୍ରାନ୍ତ

add-all

ଭୁବନେଶ୍ୱର: ରାଜ୍ୟରୁ ଗୁରୁବାର ଆଉ ୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୧୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪ ଏବଂ ଅନୁଗୋଳରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୨, ଗଜପତି ୮, କେନ୍ଦ୍ରାପଡ଼ା ୭, ଯାଜପୁର ୪, କୋରାପୁଟ ୪, ବାଲେଶ୍ୱର ୩, ବଲାଙ୍ଗୀର ୩, ଗଞ୍ଜାମ ୩, ମୟୂରଭଞ୍ଜ ୩, ଜଗତସିଂହପୁର ୨, ଝାରସୁଗୁଡ଼ା ୨, କଟକ, ନୟାଗଡ଼ ଏବଂ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୩।

ad-week
Leave A Reply

Your email address will not be published.