ସମ୍ବନ୍ଧ ଫିନସର୍ଭର ପ୍ରାଇଭେଟ୍‌ ଲିମିଟେଡର ଏମ୍‌ଡି ଦୀପକ କିଣ୍ଡୋ ଗିରଫ

add-all

ଭୁବନେଶ୍ୱର: ଆଉ ଜଣେ ଠକକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା(EOW)। ସେ ହେଉଛନ୍ତି ସମ୍ବନ୍ଧ ଫିନସର୍ଭର ଏମ୍‌ଡି ଦୀପକ କିଣ୍ଡୋ। ତାଙ୍କ ନାଁରେ ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା। ଠକେଇ ଅଭିଯୋଗ ଆସିବା ପରେ ଦୀପକ କିଣ୍ଡୋ ଫେରାର ଥିଲା। ସେଥିପାଇଁ ତାଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା।

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଗୁରୁବାର ତାକୁ EOW ଗିରଫ କରିଛି। ଦୀପକ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହା ଗାଁରେ ଥିବା ବେଳେ EOW ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ EOW ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋଙ୍କୁ ଗିରଫ କରିଥିଲା।

ଦୀପକ କିଣ୍ଡୋ ହେଉଛନ୍ତି ଅବସର ପ୍ରାପ୍ତ ଆଇଏଏସ୍‌ ଅଫିସର ସ୍ୱର୍ଗତ ଲିଭନସ କିଣ୍ଡୋଙ୍କ ପୁଅ। ଠିକେଇ ଅଭିଯୋଗରେ ସେ(ଲିଭନସ) ଓ ତାଙ୍କ ପତ୍ନୀ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିଲେ।

ad-week
Leave A Reply

Your email address will not be published.