ଗୋଟିଏ ମାସରେ ୨୫ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବେ ଭଗୱନ୍ତ ମାନ ସରକାର

newyr25

ଚଣ୍ଡିଗଡ଼: ଆଜି ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ପରେ ଆଜି ନବଗଠିତ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଅଧ୍ୟକ୍ଷତା କରିଛନ୍ତି।। ଏହି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୈଠକରେ ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ଚାକିରି ପୁଲିସ ବିଭାଗରେ ଓ ଅବଶିଷ୍ଟ ୧୫ହଜାର ଚାକିରି ଅନ୍ୟ ବିଭାଗର ରହିବ ବୋଲି ଜଣାପଡ଼ିଛି। ୧ମାସ ମଧ୍ୟରେ ୨୫ ହଜାର ଚାକିରି ସୁଯୋଗ ସୃଷ୍ଟି କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ନିଷ୍ପତ୍ତି ପରେ ପ୍ରଚାର ସମୟରେ ଭଗୱନ୍ତ ମାନ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ଶପଥ ଗ୍ରହଣ କରିଥିବା ‘ଆପ୍‌’ ବିଧାୟକମାନେ ହେଉଛନ୍ତି, ହର୍‌ପାଲ୍‌ ସିଂହ ଚୀମା, ଡାକ୍ତର ବଲ୍‌ଜିତ୍‌ କ‌ୌର୍, ହର୍‌ଭଜନ ସିଂହ ଇଟିଓ, ଡାକ୍ତର ବିଜୟ ସିଙ୍ଗ୍‌ଲା, ଲାଲ୍‌ଚାନ୍ଦ୍‌ କଟାରୁଚକ୍‌, ଗୁର୍‌ମୀତ୍‌ ସିଂହ ମୀତ୍‌ ହାୟେର୍‌, କୁଲ୍‌ଦୀପ୍‌ ସିଂହ ଧାଲିୱାଲା, ଲାଲ୍‌ଜିତ୍‌ ସିଂହ ଭୁଲ୍ଲର୍‌, ବ୍ରାମ୍‌ ଶଙ୍କେର୍‌ (ଜିମ୍ପା) ଓ ହରିଓତ୍‌ ସିଂହ ବେନ୍‌ସ୍‌। ଆଜିର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ଝିଆ ସୀରତ୍‌ କୌର୍‌ ମାନ୍‌ ଏବଂ ପୁଅ ଦିଲ୍‌ଶାନ୍‌ ମାନ୍‌ ଯୋଗ ଦେଇଥିଲେ।

Leave A Reply

Your email address will not be published.