ୟୁକ୍ରେନରେ ଯୁଦ୍ଧରେ ନିହତ ଶିଶୁମାନଙ୍କ ପାଇଁ ଶୋକ ପାଳନ

add-all

କିବ୍‌: ମୃତ ଦେଶବାସୀଙ୍କ ପ୍ରତି ୟୁକ୍ରେନ୍‌ ଶୋକ ପାଳନ କରୁଥିବା ବେଳେ ରୁଷୀୟ ଆକ୍ରମଣ ପରଠାରୁ ନିହତ ହୋଇଥିବା ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଲିଭିଭ୍‌ ନଗରୀର ମଧ୍ୟ ଭାଗରେ ଥିବା ‘ସେଣ୍ଟ୍ରାଲ୍‌ ସ୍କ୍ବାୟାର୍‌’ରେ ବହୁସଂଖ୍ୟକ ଖାଲି ‘ଷ୍ଟ୍ରୋଲର୍‌’ ବା ‘ପ୍ରାମ୍‌’ ଧାଡ଼ି କରି ରଖାଯାଇଥିଲା।
ଯୁଦ୍ଧ ଆରମ୍ଭରୁ ମରିଥିବା ଶିଶୁପିଛା ଗୋଟାଏ କରି ସୁନ୍ଦର ଧାଡ଼ିରେ ଲିଭିଭ୍‌ ‘ସିଟି ହଲ୍‌’ ୧୦୯ଟି ଷ୍ଟ୍ରୋଲର୍‌ ରଖିଥିଲା ବୋଲି ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଏହାଛଡ଼ା, ଗୋଟାଏ ଉଜ୍ଜ୍ବଳ ନୀଳ ରଙ୍ଗର ବେବି କ୍ୟାରିୟର୍‌ରେ ରଖାଯାଇଥିଲା ଦୁଇଟି ଟେଡି ବେୟର୍‌। ସେଠାରେ ଥିବା ଗୋଟାଏ ବେଞ୍ଚ୍‌ରେ ଛୋଟିଆ ୟୁକ୍ରେନୀୟ ପତାକାଟିଏ ଧରି ବସିଥିଲା ଟିକି ଝିଅଟିଏ।
ଏହି ସମୟରେ ସେ ବାଟ ଦେଇ ଯାଉଥିବା ୟୁକ୍ରେନ୍‌ ବଂଶୋଦ୍ଭବ କାନଡୀୟ ନାଗରିକ ଝୁରାଭ୍‌କା ନାତାଲିଆ ଟୋନ୍‌କୋଭିୟିତ୍‌ କହି ପକାଇଲେ, ଙ୍କ କଥା କଅଁଳାପିଲା ଥିବା ‌ବେଳେ ଆପଣମାନଙ୍କ ପିଲାମାନେ କେମିତି ‘ଷ୍ଟ୍ରୋଲର୍‌’ରେ ବସୁଥିଲେ ତାହା ସ୍ମରଣ କରନ୍ତୁ। କିଛି ପିଲାଙ୍କୁ ଆଉ ଏସବୁ ‘ଷ୍ଟ୍ରୋଲ୍‌ର୍‌’ରେ ବସାଇ ହେବନି, କାରଣ ସେମାନେ ମୃତ। ସେମାନଙ୍କୁ ଆପଣା ପିଲାଙ୍କ ସହ ତୁଳନା କରନ୍ତୁ। ଆପଣା ପିଲାଙ୍କ ପ୍ରତି ଥିବା ଆପଣଙ୍କା ଭାବନାକୁ ସ୍ମରଣ କରନ୍ତୁ। ମୁଁ ଖାଲି ‘ଷ୍ଟ୍ରୋଲ୍‌ର୍‌’ ଦେଖିବାକୁ ଚାହୁଁନାହିଁ।
ପୂର୍ବ ସୀମାନ୍ତବର୍ତ୍ତୀ ଇଲାକାରେ ଚାଲିଥିବା ଯୁଦ୍ଧରୁ ତ୍ରାହି ପାଇବା ଲାଗି ଅସଂଖ୍ୟ ୟୁକ୍ରେନୀୟ ଦେଶର ପଶ୍ଚିମାଞ୍ଚଳରେ ଥିବା ଲିଭିଭ୍‌ରେ ଆଶ୍ରୟ ନେଇଛନ୍ତି।

ad-week
Leave A Reply

Your email address will not be published.