ମହାନଦୀରେ ବୁଡ଼ି ଯୁବକ ମୃତ

add-all

କଟକ: ହୋଲି ଖେଳ ହେଲା କାଳ। କଟକ ବିରିବାଟୀ ଅଞ୍ଚଳର ଜଣେ ଯୁବକ ମହାନଦୀରେ ବୁଡ଼ି ମୃତ। ଯୁବକ ଜଣକ ନାଁ ଅଭିଜିତ ବାରିକ। ଅଭିଜିତ ଓ ତାଙ୍କର ୩ ଜଣ ସାଙ୍ଗ ହୋଲି ଖେଳିବା ପରେ ମହାନଦୀ ନିମେଇଷାପୁର ନୂଆଁ କୋରୁଆଁ ଘାଟରେ ଗାଧୋଉଥିବା ବେଳେ ଅଭିଜିତ ନଦୀ ସୂଅରେ ଭାସି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.