ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ବାଇକ୍ ପୋଡ଼ି

add-all

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଛାତ୍ର ନିବାସରେ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ର ନିବାସରେ ପଶି କେତେକ ଦୁର୍ବୃତ୍ତ ଗାଡ଼ି ପୋଡ଼ିଦେଇଥିଲେ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା।

ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି ଏବଂ ପରିଣାମସ୍ବରୂପ ଏଭଳି ବାଇକ୍ ପୋଡ଼ି ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି।

ଏବେ ବି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି। ଏଣେ ଗୋଦାବରୀଶ ଛାତ୍ରାବାସକୁ ତାଲା ପକାଯାଇଛି। ତେଣେ ଘଟଣାର ତଦନ୍ତ କରିବା ଲାଗି ସହିଦନଗର ଥାନା ପୁଲିସ ପହଞ୍ଚିଥିଲା। ସେମାନେ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି। ତେବେ କେଉଁ କାରଣରୁ ଏହି ଗଣ୍ଡଗୋଳ ହୋଇଛି, ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ପିଜି କାଉନସିଲ୍ ଅଧ୍ୟକ୍ଷ ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି କୁଳପତିଙ୍କୁ ରିପୋର୍ଟ ଦେଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.