ଏପ୍ରିଲରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ: ଭାରତ-ଇସ୍ରାଏଲ୍ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୩୦ ତମ ବାର୍ଷିକୀ ପାଳନ ପାଇଁ ସେ ଏପ୍ରିଲ୍ ପ୍ରଥମ ସପ୍ତାହରେ ଭାରତ ଗସ୍ତ କରିବେ। ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ସାଇବର, କୃଷି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ବିସ୍ତାର କରିବାକୁ ଏହି ଗସ୍ତର ଲକ୍ଷ୍ୟ ରହିଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ଗଣମାଧ୍ୟମ ପରାମର୍ଶଦାତା ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ ୨ ଏପ୍ରିଲ ୨୦୨୨ ଶନିବାର ଦିନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେ ଭାରତ ଗସ୍ତ କରିବେ। ଗତ ଅକ୍ଟୋବରରେ ଗ୍ଲାସ୍ଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି୨୬) ରେ ଦୁଇ ନେତା ପ୍ରଥମେ ସାକ୍ଷାତ କରିଥିଲେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବେନେଟଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ।

ଏଥିରେ କୁହାଯାଇଛି ଯେ ଏହି ଗସ୍ତ ଦେଶ ଏବଂ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗକୁ ନିଶ୍ଚିତ କରିବ ଏବଂ ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ଗଠନର ୩୦ ତମ ବାର୍ଷିକୀ ପାଳନ କରିବ। ସୂଚନାଯୋଗ୍ୟ ଏହା ଏପ୍ରିଲ୍ ୨ ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ଗସ୍ତ ହେବ । ତାଙ୍କ ଗସ୍ତ ସମୟରେ ବେନେଟ୍ ତାଙ୍କର ଭାରତୀୟ ପ୍ରତିପକ୍ଷ, ବରିଷ୍ଠ ସରକାରୀ କର୍ମଚାରୀ ଏବଂ ସ୍ଥାନୀୟ ୟିହୁଦୀ ସମ୍ପ୍ରଦାୟକୁ ମଧ୍ୟ ଭେଟିବେ।

ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ମୁଁ ଭାରତକୁ ମୋର ପ୍ରଥମ ସରକାରୀ ଗସ୍ତରେ ଆନନ୍ଦିତ ଏବଂ ମିଳିତ ଭାବେ ଆମ ଦେଶର ସମ୍ପର୍କ ପାଇଁ ଆଗେଇ ଆସିବୁ ବୋଲି ବେନେଟ ପ୍ରେସ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି, “ମୋଦୀ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ପୁନଃ ଆରମ୍ଭ କରିଥିଲେ ଏବଂ ଏହା ଐତିହାସିକ ଏବଂ ଏଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମର ଦୁଇଟି ଅନନ୍ୟ ସଂସ୍କୃତି – ଭାରତୀୟ ସଂସ୍କୃତି ଏବଂ ୟିହୁଦୀ ସଂସ୍କୃତି ମଧ୍ୟରେ ସମ୍ପର୍କ ଗଭୀର ଅଟେ ଏବଂ ସେମାନେ ଗଭୀର ପ୍ରଶଂସା ଏବଂ ଅର୍ଥପୂର୍ଣ୍ଣ ସହଯୋଗ ଉପରେ ନିର୍ଭର କରନ୍ତି।”

ad-week
Leave A Reply

Your email address will not be published.