ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

add-all

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ୨ ଜଣ ଗିରଫ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରେ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଥିବା ଜଣାଯାଇଛି। ଏହାଛଡ଼ା ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ବି ଗିରଫ କରିଛି ଚାନ୍ଦବାଲି ପୁଲିସ।

ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୂର୍ବରୁ ତିନିଜଣଙ୍କୁ ଗିରଫ କରାଯାଇଛି। ଆଜି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି। ଉଭୟ ନିରଞ୍ଜନ ଓ ରଞ୍ଜନ ମାନସ ସ୍ବାଇଁଙ୍କୁ ମାଡ଼ ମାରିବା ଓ ନିର୍ୟାତନା ଦେବା ଘଟଣା ସହ ଜଡ଼ିତ ଥିଲେ। ଏହାଛଡ଼ା ଉଭୟେ ହତ୍ୟା ଯୋଜନା କରିବାରେ ସାମିଲ ଥିଲେ।

ଏନେଇ ଅଧିକ ତଦନ୍ତ ଚାଲିଛି। ଗୋଟିଏ ଚିପକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ଆଗରୁ ତଦନ୍ତ କରୁଥିବା ପୁଲିସ ଟିମକୁ ମୃତ ମାନସ ସ୍ୱାଇଁଙ୍କ ମୋବାଇଲ ଫୋନ ମିଳିଛି ।

ad-week
Leave A Reply

Your email address will not be published.